ଡୁଙ୍ଗୁରିପାଲି : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ସହଲା ଗ୍ରାମରେ ରବିବାର ରାତିରେ ନିର୍ବାଚନ ପ୍ରଚାରକୁ କେନ୍ଦ୍ର କରି ଗଣ୍ଡଗୋଳ ହୋଇଛି। ଉଭୟ ଗୋଷ୍ଠୀ ମଧ୍ୟରେ ମୁଥ ମରାମରି ହୋଇଛି। ଉଭୟ ପକ୍ଷର ଅଭିଯୋଗକୁ ନେଇ ପୁଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି।
ସହଲା ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ହରିବନ୍ଧୁ ପଧାନ ପ୍ରଥମେ ଏତଲା ଦେଇଥିଲେ। ସେ ଥାନାରେ ଦେଇଥିବା ଏତଲାରେ ଦର୍ଶାଇଛନ୍ତି ଗତକାଲି ରାତି ୭. ୩୦ମି.ରେ ଗ୍ରାମର ଗୋପାଲ ମହାଲିଙ୍ଗଙ୍କ ସହ କଥା ହେଉଥିବା ବେଳେ ପଟାରି ପଧାନ, ବିମଲ ପଧାନ ଓ ଯୁବରାଜ ଥନାପତି ଆସି ଆମ ଲୋକଙ୍କ ସାଙ୍ଗରେ କାହିଁକି କଥା ହେଉଛୁ ବୋଲି ଅଶ୍ଲୀଳ ଭାଷାରେ ଗାଳି କରି ତାଙ୍କ ମୁହଁକୁ ମୁଥ ମାରିଥିଲେ। ପଟାରି ଓ ଯୁବରାଜ ଲାତ ମାରିବାରୁ ସେ ତଳେ ପଡ଼ି ଯାଇଥିଲେ। ଆକ୍ରମଣ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ହରିବନ୍ଧୁ ଥାନାରେ ଏତଲା ଦେଇଥିବା ଜଣାଯାଇଛି। ଉକ୍ତ ଅଭିଯୋଗକୁ କେନ୍ଦ୍ର କରି ପୁଲିସ ୨୯୪, ୩୨୩ ଓ ୩୪/ଆଇପିସିରେ ମାମଲା ରୁଜୁ କରିଛି।
ଅନ୍ୟ ପକ୍ଷରେ ଗ୍ରାମର ରାମ ଝାଙ୍କର ଦେଇଥିବା ଏତଲାରେ ଦର୍ଶାଇଛନ୍ତି ସେ ଜଗନ୍ନାଥ ମନ୍ଦିରଠାରେ ବସିଥିବା ବେଳେ ହରିବନ୍ଧୁ ପଧାନ ଓ ରାକେଶ ପଧାନ ଆସି ପଟୁଆରି ପଧାନ ସପକ୍ଷରେ ନିର୍ବାଚନ ପ୍ରଚାର କରୁଛୁ ବୋଲି ତାଙ୍କୁ ଗାଳିଗୁଲଜ କରିବା ସହ ପିଟିଥିଲେ। ଏହି ସମୟରେ ଗ୍ରାମର ଯୁବରାଜ ଆସି ତାଙ୍କୁ ଉଦ୍ଧାର କଲେ ବୋଲି ସେ ଲେଖିଛନ୍ତି। ଜାତିଆଣ ଆକ୍ଷେପ କରି ମାରି ଦେବା ପାଇଁ ଧମକ ଦେଇଥିବା ଏତଲାରେ ରାମ ଝାଙ୍କର ଦର୍ଶାଇଛନ୍ତି। ଉକ୍ତ ଅଭିଯୋଗକୁ ନେଇ ପୁଲିସ ଦଫା ୩୪୧, ୨୯୪, ୩୨୩, ୫୦୬ ଓ ୩୪/ଆଇପିସି ଓ ଏସ.ସି/ଏସଟି ଆକ୍ଟରେ କେସ ରୁଜୁ କରିଥିବା ପ୍ରକାଶ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/dunguripali.jpg)