ତିନୋଟି ପୃଥକ ସଡ଼କ ଦୁର୍ଘଟଣାରେ ୩ ଯୁବକ ମୃତ

ଦୁର୍ଘଟଣାରେ ଅଚିହ୍ନା ଯୁବକଙ୍କ ମୃତ୍ୟୁ
ବୈପାରିଗୁଡା :  ରାସ୍ତା ଦୁର୍ଘଟଣାରେ ଜଣେ ଅଚିହ୍ନା ଯୁବକଙ୍କର ଘଟଣାସ୍ଥଳରେ ହିଁ ଶୋଚନୀୟ ମୃତ୍ୟୁ ହୋଇଯାଇଛି। ପୋଲିସ ସୂଚନା ଅନୁଯାୟୀ ଆଜି ସନ୍ଧ୍ୟାରେ ବୈପାରିଗୁଡା ମାଲକାନଗିରି ରାସ୍ତା ରେ ବୈପାରିଗୁଡା ଠାରୁ ୭ କିଲୋମିଟର ଦୂର ଟପାଯୋଡି ନିକଟରେ ଦୁର୍ଘଟଣା ଗ୍ରସ୍ତ ହୋଇ ଯୁବକଙ୍କର ଘଟଣାସ୍ଥଳରେ ହିଁ ଶୋଚନୀୟ ଭାବେ ମୃତ୍ୟୁ ଘଟିଛି। ମୃତ୍ୟୁ ଯୁବକ ନିକଟରୁ ମିଳିଥିବା କାଗଜପତ୍ର ଅନୁଯାୟୀ ସେ ଉମରକୋଟ ଥାନା ଅନ୍ତର୍ଗତ ୟୁଭି ୯ ନିକଟସ୍ଥ ବୁର୍ଜା ଗ୍ରାମର ନିର୍ମଳ ସରକାରଙ୍କ ପୁଅ ଗଣେଶ୍ଵର ସରକାର। ମୃତ ଯୁବକ ଜଣକ ଏକ ନମ୍ବର ବିହୀନ ହିରୋହଣ୍ଡା ବାଇକ୍ ଯୋଗେ ମାଲକାନଗିରି ଅଭିମୁଖେ ଯାଉଥିବା ବେଳେ ସାମ୍ନା ପଟରୁ ଆସୁଥିବା ଏକ ଟ୍ରକରେ ଧକ୍କା ହୋଇଥିଲା ଏବଂ ସେ ଘଟଣାସ୍ଥଳରେ ହିଁ ମୃତ୍ୟୁବରଣ କରିଛନ୍ତି। ପରେ ପରେ ବୈପାରିଗୁଡା ପୋଲିସ ଘଟଣାସ୍ଥଳରେ ପହଂଚି ମୃତ ଦେହକୁ ଉଦ୍ଧାର କରିବା ସହ ଟ୍ରକକୁ ଜବତ କରିଛନ୍ତି। ମୃତ ଗଣେଶ୍ଵର ସରକାରଙ୍କ ପରିବାରକୁ ଖବର ପଠାଇ ଦିଆଯାଇଥିବା ପୋଲିସ ପ୍ରକାଶ କରିଛନ୍ତି।

ଦୁର୍ଘଟଣାରେ ଯୁବକ ମୃତ
ଯୁଯୁମୁରା : ଯୁଯୁମୁରା ଥାନା ଅନ୍ତର୍ଗତ ବସିଆପଡ଼ାରୁ ଜାତୀୟ ରାଜପଥକୁ ବାହାରିଥିବା ଆର୍‌ଡି ରାସ୍ତାରେ ମୋହନଡେରା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ମୃତକ ହେଲେ ଧମା ଥାନା ଅନ୍ତର୍ଗତ ଯାଦୁଲୁଇସିଂ ଗାଁର ଗୋପାଳ ଭଇଁଷାଲ୍‌ (୩୫)। ଗୁରୁବାର ସଂଧ୍ୟା ୫ଟାରେ ସେ ଜାତୀୟ ରାଜପଥରୁ ଉକ୍ତ ରାସ୍ତା ଦେଇ ବାଇକ୍‌ (ଓଡି-୧୫ଜେ-୫୧୩୬)ରେ ନିଜ ଗାଁକୁ ଫେରୁଥିଲାବେଳେ ମୋହନଡେରା ନିକଟରେ ଥିବା କଲ୍‌ଭର୍ଟରେ ପିଟି ହୋଇ ଯାଇଥିଲେ। ଲୋକେ ତାଙ୍କୁ ଯୁଯୁମୁରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ପାଇକମାଳ ପଦ୍ମପୁର ରାସ୍ତା ଭଗତପୁର ନିକଟରେ ବାଇକ ଦୂଘଟଣାରେ ଯୁବକ ମୂତ୍ୟୁ

ପାଇକମାଳ : ପାଇକମାଳ ପଦ୍ମପୁର ରାସ୍ତା ଭଗତପୁର ନିକଟରେ ବାଇକ ଦୂଘଟଣାରେ ଯୁବକ ର ମୂତ୍ୟୁ ହୋଇଛି । ଯୁବକ ଜଣକ ବୋଡାସମ୍ବର ଗ୍ରାମର ପିତ ବରିହା (୫୦) ବୋଲି ଜଣା ପଡିଛି । ପିତ ତାଙ୍କ ବାଇକିରେ ପଦ୍ମପୁର ରୁ ନିଜ ଘର ବୋଡାସମ୍ବରକୁ ବୁଧବାର ରାତି ପ୍ରାୟ ୮ଟା ସମୟରେ ଫେରୁ ଥିବା ବେଳେ ବିପରିତ ଦୀଗରୁ ପାଇକମାଳ ପଟରୁ ଆସୁଥିବା ଏକ ବୋଲେର ସହିତ ସାମ୍ନା ସାମ୍ନି ଧକା ହୋଇଥିଲା । ଘଟଣା ସ୍ଥଳେ ବାଇକ ଚାଳକ ଙ୍କର ମୃତ୍ୟୁ ହୋଇଥିଲା । ପୋଲିସ୍ ଘଟଣା ସ୍ଥଳେ ପହଞ୍ଚି ଶବ ବ୍ୟବଛେଦ ପାଇଁ ପଦ୍ମପୁର କୁ ପଠାଇଛନ୍ତି । ଦୃଘଟଣା ଘଟାଇଥିବା ବୋଲେର ଫେରାର ହୋଇଯାଇଥିଲା ।

ସମ୍ବନ୍ଧିତ ଖବର