ସ୍କୁଲରୁ ଘରକୁ ଫେରୁଥିବା ସମୟରେ ୬ବର୍ଷର ଶିଶୁ ସଡ଼କ ଦୁର୍ଘଟଣାର ଶିକାର

ଅନୁଗୁଳ: ସୋମବାର ଅପରାହ୍ନରେ ଅନଗୁଳ ମୁଷା ପାପୁଲି ସ୍କୋୟାରଠାରେ ଜଣେ ଛାତ୍ରୀ ସ୍କୁଲରୁ ଘରକୁ ଫେରୁଥିବା ସମୟରେ ସଡ଼କ ଦୁର୍ଘଟଣାର ଶିକାର ହୋଇଛି। ଗୁରୁତର ଅବସ୍ଥାରେ ସ୍ଥାନୀୟଲୋକ ଛାତ୍ରୀକୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।

ସୂଚନାଯୋଗ୍ୟ, ଶୁଭସ୍ମିତା ନାୟକ ନାମକ ୬ବର୍ଷର ଶିଶୁ ଆଜି ଅପରାହ୍ନରେ ସ୍କୁଲରୁ ଘରକୁ ଫେରୁଥିବା ସମୟରେ ଏକ ଟ୍ରକ୍‌ ତାକୁ ଧକ୍କା ଦେଇଥିଲା। ଫଳରେ ତା’ର ମୁଣ୍ଡ ଓ ହାତରେ ଗଭୀର ଆଘାତ ଲାଗିଥିଲା। ସ୍ଥାନୀୟଲୋକେ ତୁରନ୍ତ ଘଟଣାସ୍ଥଳରୁ ଶିଶୁକୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଏହି ଦୁର୍ଘଟଣାକୁ ନେଇ ସ୍ଥାନୀୟଲୋକ ୫୫ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଥିଲେ। ଫଳରେ ଯାତାୟାତରେ ଅନେକ ଅସୁବିଧା ଉପୁଜିଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାଶୁଝା କରିବା ପରେ ଲୋକମାନେ ରାସ୍ତା ଅବରୋଧରୁ ହଟିଥିଲା।

ସମ୍ବନ୍ଧିତ ଖବର