ବଲାଙ୍ଗୀର-ଟିଟିଲାଗଡ଼ ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା , ୩ ଆହତ

ବଲାଙ୍ଗୀର : ଆଜି ସକାଳେ ବଲାଙ୍ଗୀର ଜିଲ୍ଲା ସିନଖମନ-ରତନପୁର ମଝିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଦୁଇ କାର ମୁହାଁମୁହିଁ ଧକ୍କା ହେବାରୁ ତିନିଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଗୁରୁତର ଆହତ ମାନଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ଅନୁସାରେ, ଆଜି ସକାଳେ ଭବାନୀପାଟଣାରୁ ଜଣେ ବ୍ୟକ୍ତି କାର ଚଳାଇ ବଲାଙ୍ଗୀରଆଡ଼କୁ ଆସୁଥିଲେ ଏବଂ ବଲାଙ୍ଗୀର ଆଡୁ ଦୁଇଜଣ ଗୋଟିଏ କାରରେ ଯାଉଥିଲେ। ବଲାଙ୍ଗୀର ନିକଟସ୍ଥ ସିନଖମନ ଓ ରତନପୁର ମଝିରେ ଦୁଇ କାର ମୁହାଁମୁହିଁ ଧକ୍କା ହୋଇଥିଲା। ଖବର ପାଇବାପରେ ଦମକଳ ବାହିନୀ ଘଟଣାସ୍ଥଳକୁ ଯାଇ ଗୁରତରମାନଙ୍କୁ ଡାକ୍ତରଖାନା ନେଇଥିଲେ। ଗୁରତରଙ୍କ ଅବସ୍ଥା ସଂଙ୍କଟାପନ୍ନ ଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର