ଘଣ୍ଟାପଡ଼ା: ବୌଦ୍ଧ ଜିଲ୍ଲା କଣ୍ଟାମାଳ ପଞ୍ଚାୟତରେ ପାନୀୟ ଜଳ ସମସ୍ୟା ନେଇ ସୋମବାର ସନ୍ଧ୍ୟାରେ ୧ ନମ୍ବର ଵାର୍ଡର ମହିଳାମାନେ ରାସ୍ତା ଉପରେ ମାଠିଆ ଓ ଗରା ପ୍ରଭୃତି ରଖି ରାସ୍ତା ଅବରୋଧ କରିଥିଲେ। ସୂଚନାଯୋଗ୍ୟ, କଣ୍ଟାମାଳ ପଞ୍ଚାୟତରେ ପାନୀୟ ଜଳ ସମସ୍ୟାକୁ ନେଇ ଚତୁର୍ଭୁଜ ସାହୁ, ମହେନ୍ଦ୍ର ଦାସ, ଦେବୀ ନାଏକ ଓ ଲକ୍ଷ୍ମଣ ସାହୁ ପ୍ରମୁଖ ଜିଲ୍ଲାପାଳଙ୍କୁ ପୂର୍ବରୁ ଅଭିଯୋଗ ପତ୍ର ଦେଇଥିଲେ।
ସେଥିରେ ନବନିର୍ମିତ ଜଳଯୋଗାଣ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବାକୁ ଦାବି କରିଥିଲେ। ଫଳରେ ଜିଲ୍ଲାପା​ଳ ଅନୁଧ୍ୟାନ କରିବାକୁ ତେଲନଦୀ କୂଳରେ ଥିବା ଉକ୍ତ ପ୍ରକଳ୍ପ ନିକଟକୁ ଯାଇଥିଲେ। ଫେରିବା ବେଳେ ସେ ଲୋକଙ୍କ ବିରୋଧର ସମ୍ମୁଖୀନ ହୋଇଥିଲେ। ମଙ୍ଗଳବାରଠାରୁ ଟ୍ୟାଙ୍କର ଯୋଗେ ଜଳଯୋଗାଣ ଏବଂ ୫ ଦିନ ମଧ୍ୟରେ ଜଳଯୋଗାଣ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବାର ପ୍ରତିଶ୍ରୁତି ଦେବାପରେ ମହିଳାମାନେ ରାସ୍ତାରୁ ହଟିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/6-12.jpg)