ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ-ଚନ୍ଦାହାଣ୍ଡି ମୁଖ୍ୟ ରାସ୍ତା କଡ଼ରେ ଥିବା ଏକ ବିରାଟ ଗଛ ରାସ୍ତା ଉପରେ ଭୁଶୁଡି ପଡି ରାସ୍ତା ଅବରୋଧ ହୋଇଥିବା ସୂଚନା ମିଳିଛି। ସୂଚନା ପ୍ରକାରେ ଝରିଗାଁ ବ୍ଳକରେ ଗତ କିଛି ଦିନ ହେଲା ମୌସୁମୀ ବର୍ଷା ଲାଗି ରହିଥିବା ବେଳେ ଆଜି ପ୍ରାୟ ସନ୍ଧ୍ୟା ୫ ଘଣ୍ଟା ସମୟରେ ଝରିଗାଁ-ଚନ୍ଦାହାଣ୍ଡି ରାସ୍ତାରେ ଥିବା ହାତିବାଡି ଗ୍ରାମ ନିକଟରେ ରାସ୍ତା କଡରେ ଥିବା ଏକ ବିରାଟ ଗଛ ଭୁଶୁଡି ପଡି ରାସ୍ତା ଉପରେ ପଡିଯାଇଥିଲା।
ଏହି ରାସ୍ତାରେ ସବୁବେଳେ ଗହଳି ରହୁଥିବା ବେଳେ କୌଣସି ଅଘଟଣ ହୋଇନାହିଁ। ତେବେ ଏଯାବତ ଏହି ରାସ୍ତାରେ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇନାହିଁ। ଖବର ପାଇ ଝରିଗାଁ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଗଛ କାଟୁଥିବା ସୂଚନା ମିଳିଛି। ସେହିପରି ରାସ୍ତା ଅବରୋଧ ଯୋଗୁଁ ଏକ ଚାରା ବୋଝେଇ ଟ୍ରାକ୍ଟର ରାସ୍ତା କଡ଼ର ଜମି ଦେଇ ଯାଉଥିବାବେଳେ ଭୁଶୁଡି ପଡିଥିବା ଗଛ ପାଖରେ ଓଲଟି ପଡିଥିବା ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/47134c83-8b7d-45bd-a168-5206adc3a81e.jpg)