ଲୋଡିଂ ଏଜେନ୍ସିରେ ସଦସ୍ୟତା ବିବାଦ: ଷଷ୍ଠଦିନରେ ପହଞ୍ଚିଲା ରାସ୍ତାରୋକ

କେନ୍ଦୁଝର: ଓଏମସି ଖଣି କ୍ଷତିଗ୍ରସ୍ତ ସଲାରାପେଣ୍ଠ, ନାଓପଦା ଓ ଜାଗରବାସୀ ଦୁଇଟି ପୃଥକ ସ୍ଥାନରେ ରାସ୍ତାରୋକ ଜାରି ରଖିଥିବା ବେଳେ ରାସ୍ତାରୋକ ଷଷ୍ଠ ଦିନରେ ପହଞ୍ଚିଛି । ଜାଗରବାସୀ ଓଏମସିର ୫ ନମ୍ବର ଗେଟ ନିକଟରେ ରାସ୍ତାରୋକ କରିଥିବାରୁ ୬ ଦିନ ହେଲାଣି ଏହି ଗେଟ ଦେଇ କୌଣସି ଗାଡ଼ି କିମ୍ବା ଓଏମସିର କର୍ମଚାରୀ ମଧ୍ୟ ମାଇନ୍ସ ମଧ୍ୟକୁ ପ୍ରବେଶ କରିପାରୁ ନାହାନ୍ତି । ଏପରିକି ଟ୍ରକ ମଧ୍ୟ ଲୋଡିଂ ପାଇଁ ମାଇନ୍ସ ମଧ୍ୟକୁ ପ୍ରବେଶ କରିପାରୁ ନାହାନ୍ତି। ଏହାସତ୍ତ୍ବେ ବର୍ତ୍ତମାନ ପର୍ଯ୍ୟନ୍ତ ଓଏମସି ପକ୍ଷରୁ ଏହାର ସମାଧାନ ପାଇଁ କୌଣସି ପଦକ୍ଷେପ ନିଆଯାଇ ନାହିଁ । ସେହିପରି ସଲରାପେଣ୍ଠ ନିକଟରେ ସଲରାପେଣ୍ଠ ଏବଂ ନାଉପଦା ଗ୍ରାମବାସୀଙ୍କ ରାସ୍ତାରୋକ ମଧ୍ୟ ଷଷ୍ଠ ଦିନରେ ପହଞ୍ଚିଛି ।

ସମ୍ବନ୍ଧିତ ଖବର