କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଷିଡା ପାଣି ଟାଙ୍କି ଛକଠାରୁ ତେରେସିଂହା କେସିଙ୍ଗାକୁ ସଂଯୋଗ କରୁଥିବା ଉଡକର ଉଭୟ ପାର୍ଶ୍ବରେ ଦୀର୍ଘ ଦିନରୁ ଅନାବାନା ଗଛ ଭରି ରହିଛି । ଯାହା ଫଳରେ ଛୋଟ ଛୋଟ ଦୁର୍ଘଟଣା ହେବା ସହ ବଡ ଦୁର୍ଘଟଣାକୁ ଆମନ୍ତ୍ରଣ କରୁଛି । ରାସ୍ତା ଦୁଇ ପାଶ୍ୱର୍ରେ ଏମିତି ଅନାବନା ଗଛ ଗଡିକ ବଢି ଯାଇଛି ଯେ ବିପରୀତ ଦିଗରୁ କୌଣସି ବଡ ଗାଡି କି ବାଇକ ଆସୁଛି କି ନାହିଁ ତାହା ଜଣାପଡୁନାହିଁ ।
ରିଷିଡା ଏକ ବ୍ୟବସାୟିକ ପେଣ୍ଠସ୍ଥଳି ହୋଇଥିବାରୁ ବିଭିନ୍ନ ସ୍ଥାନରୁ ଦୈନିକ ବେପାର ପାଇଁ ଆସୁଥିବା ବେଳେ କେସିଙ୍ଗାକୁ ଶହ ଶହ ଯାନବାହନ ଯିବାଆସିବା କରିଥାଏ । ରିଷିଡାରୁ କଳାହାଣ୍ଡି ସୀମାନ୍ତ ଦେଉଳଗୁଡି ପ୍ରାୟ ୭ କିମି ଥିବାବେଳେ ଅବୁଜବାହାଲ ପ୍ରଧାନମନ୍ତ୍ରୀ ରାସ୍ତା ଯିବା ବାଟରେ ଅନେକ ବୁଲାଣି ଓ ଅନାବନା ଘାସ ଓ ଗଛ ପୂରି ରହିଛି। ଲୋକ ଟିକିଏ ଅସବଧାନତା ହେଲେ ଦୁର୍ଘଟଣା ଘଟି ମୂଲ୍ୟବାନ ଜୀବନ ଚାଲିଯିବାର ଆଶଙ୍କା ରହିଛି । କୌଣସି ସଙ୍କେତ ସୂଚନାନ ଦେବାରୁ ଛୋଟ ଛୋଟ ଦୁର୍ଘଟଣା ଘଟୁଥିବା ସାଧାରଣରେ ଆଲୋଚନା ହେଉଛି । ସେଥିପ୍ରତି ଜିଲ୍ଲାପାଳ ଦୃଷ୍ଟିଦେଇ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟିଆକର୍ଷଣ କରିବାକୁ ଦାବି ହେଉଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/11/7c8d8a5f-01b5-4c2b-835e-f68ab1dd7357.jpg)