ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଚିକିଲି ରାସ୍ତା ଉପରେ ଏକ ବିରାଟ ଗଛ ତଳେ ଭୁଶୁଡି ପଡିବାରୁ ଯାତାୟତରେ ସମସ୍ୟା ହୋଇଥିଲା। ଆଜି ଭୋର ସମୟରେ ଝରିଗାଁ-ଚିକିଲି ରାସ୍ତା କଡରେ ଥିବା ଏକ ବିରାଟ ଶାଳ ଗଛ ଭୁଶୁଡି ପଡି ରାସ୍ତା ଉପରେ ପଡି ଯାଇଥିଲା। ଏହି ରାସ୍ତା ପ୍ରାୟ ସମୟ ଗହଳି ଥିବା ବେଳେ ଭୋର ସକାଳୁ ଘଟଣା ଘଟିଥିବାରୁ କୌଣସି ଅଘଟଣ ହୋଇନାହିଁ। ଦୀର୍ଘ ସମୟ ଧରି ରାସ୍ତା ଅବରୋଧ ଥିବା ଯୋଗୁଁ ଲୋକମାନେ କଟ୍ରିଛାପର ପଂଚାୟତ ଦେଇ ଯାତାୟାତ କରୁଥିଲେ।

Advertisment

ଝରିଗାଁ ତହସିଲଦାର ହୃଷିକେଶ ଗଣ୍ଡ ଖବର ପାଇ ଝରିଗାଁ ଅଗ୍ନିଶମ ବିଭାଗକୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ। ପରେ ଅଗ୍ନିଶମ ବିଭାଗ ପକ୍ଷରୁ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ଗଛ ଗୁଡିକୁ କାଟିବା ସହ ରାସ୍ତା ସଫା କରିଥିଲେ। ପ୍ରାୟ ୧୨ଟା ବେଳେ ରାସ୍ତା ସଫା ହେବା ପରେ ଏହି ରାସ୍ତାରେ ଯାତାୟତ ହୋଇଥିଲା।