ଧସିଲା ରାସ୍ତା, ଗଳିଲା ଟ୍ରକ୍‌

ବରଗଡ଼: ଗାଈସୀମା ଆନ୍ଧ୍ରକ୍ୟାମ୍ପରୁ ମାଲିପାଲିକୁ ସଂଯୋଗ କରୁଥିବା ରାସ୍ତା ଅତି ନିମ୍ନମାନର ବୋଲି ଅଭିଯୋଗ ହୋଇଛି। ଏହି ରାସ୍ତା ଦେଇ ଯାଉଥିବା ଓଡି ୧୭ଡି ୨୯୮ ନମ୍ବର ବିଶିଷ୍ଟ ଗୋଟିଏ ଟ୍ରକ୍‌ ରାସ୍ତା ଧସିବା ଯୋଗୁଁ ଗଳି ପଡ଼ିଥିଲା। ଦୀର୍ଘ ସମୟ ଧରି ରାସ୍ତାରେ ଯାତାୟତ ଠପ୍‌ ରହିଥିଲା। ମାତ୍ର ୪-୫ ମାସ ତଳେ ତିଆରି ହୋଇଥିବା ଏହି ରାସ୍ତା ନିମ୍ନମାନର କାମ ଯୋଗୁଁ ବିପଦଶଂକୁଳ ହୋଇଥିବା ଅଭିଯୋଗ ହେଉଛି। ରାସ୍ତାର ମରାମତି ସହ ନିର୍ମାଣ ଦାୟିତ୍ୱରେ ଥିବା ଯନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠନ ନେବାକୁ ଫର୍‌ ଅଧ୍ୟକ୍ଷ ଇଂ. ଦେବବ୍ରତ ମିଶ୍ରଙ୍କ ନେତୃତ୍ୱରେ ରୁକୁଣା ନେତି, ବିନୟ ସାହୁ, ରଜନିକାନ୍ତ ମହାପାତ୍ର, ବୃନ୍ଦାବନ ଭୋଇ, ସୁଷମା ସାହୁ ଏବଂ ଅନ୍ୟ ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଭେଟି ଦାବି ଜଣାଇଛନ୍ତି।

ସମ୍ବନ୍ଧିତ ଖବର