ଶୁଣିଲାଣି ଜାତୀୟ ରାଜପଥ; ନିଜେ ରାସ୍ତା ନିର୍ମାଣ କଲେ ବସ୍ତିବାସିନ୍ଦା

ଯୋଡ଼ା : ଜାତୀୟ ରାଜପଥ ପକ୍ଷରୁ ଜନ ବସତି କୁ ସଂଯୋଗ ପାଇଁ ସର୍ଭିସ ରୋଡ଼ ନିର୍ମାଣ କରି ନ ଥିବାରୁ ଯୋଡ଼ା ସହରରେ ଲୋକେ ବହୁତ ହଇରାଣ ହେଉଛନ୍ତି । ସର୍ଭିସ ରୋଡ଼ ନିର୍ମାଣ କରିବା ପାଇଁ ଦାବି କରି ନିରାଶ ହେବା ପରେ ଆଜି ନେପାଳି ବସ୍ତି ଲୋକେ ନିଜେ ରାସ୍ତାକୁ ମାଟି ପକାଇ ଯାତାୟତ ସୁବିଧା କରିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ ଜଣାପଡିଛି ଯେ ରିମୁଳି- ରାଜମୁଣ୍ଡା ୫୨୦ ନମ୍ବର ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ଚାଲିଛି । ଜାତୀୟ ରାଜପଥ ବିଭାଗ ପକ୍ଷରୁ ଯୋଡ଼ା ସହରକୁ ସଂଯୋଗ ବସ୍ତି ରାସ୍ତା ଗୁଡିକ ବନ୍ଦ କରିଦେଇଛି । ଉକ୍ତ ସ୍ଥାନ ଗୁଡିକରେ ସର୍ଭିସ ରୋଡ଼ ନିର୍ମାଣ କରି ନାହିଁ ଯାହାଫଳରେ କଳା ପାହାଡ , ଓଏସବି କଲୋନୀ, ମାଇନିଂ ଛକ, ନେପାଳି ହୋଟିଂ, ପିଏଚଡି ଛକ, ଏସାର ପମ୍ପ ରାସ୍ତାଗୁଡିକରେ ଜାତୟତ ଠପ ହୋଇଯାଇଛି । ସର୍ଭିସ ରୋଡ଼ ନିର୍ମାଣ ଶୀଘ୍ର ନ କଲେ ଜନ ଆନ୍ଦୋଳନ କରାଯିବ ବୋଲି ଲୋକେ ଚେତାବନୀ ଦେଇଛନ୍ତି ।

ସମ୍ବନ୍ଧିତ ଖବର