ଘୁ.ଉଦୟଗିରି: ଗ୍ରାମାଞ୍ଚଳର ବିକାଶ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରତି ବର୍ଷ ବିଭିନ୍ନ ଯୋଜନା ପ୍ରଣୟନ କରି କୋଟି କୋଟି ଟଙ୍କାର ଅର୍ଥ ବ୍ୟୟବରାଦ କରୁଛନ୍ତି। କିନ୍ତୁ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଳକ ର କଳିଙ୍ଗା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗଦିଙ୍ଗିଆ ଗ୍ରାମରେ। ଭାରତ ସ୍ୱାଧୀନତାର ୭୭ ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହି ଗ୍ରାମରେ ବିକାଶ ପହଞ୍ଚି ପାରିନାହିଁ। କଳିଙ୍ଗା ଗ୍ରାମପଞ୍ଚାୟତର ଗଦିଙ୍ଗିଆ ହେଉଛି ଏକ ରାଜସ୍ବ ଗ୍ରାମ।
ବଣ ପାହାଡ଼ ଘେରା ପରିବେଶ ମଧ୍ୟରେ ଏହି ଗ୍ରାମ ଅବସ୍ଥିତ ହୋଇଥିବା ବେଳେ କଳିଙ୍ଗା ଗ୍ରାମପଞ୍ଚାୟତ ଠାରୁ ଗଦିଙ୍ଗିଆ ଗ୍ରାମର ଦୂରତା ୨.୫ କିଲୋମିଟର। ଏହି ଗ୍ରାମରେ ୫୫ରୁ ଊର୍ଦ୍ଧ୍ବ ଆଦିବାସୀ ପରିବାର ବସବାସ କରୁଛନ୍ତି। ଏହି ଗ୍ରାମରେ ଆଜି ପର୍ଯ୍ୟନ୍ତ ସରକାରଙ୍କ ମୌଳିକ ସୁବିଧା ପହଞ୍ଚି ପାରିନାହିଁ । ଗ୍ରାମର ଜନସାଧାରଣ ସ୍ୱାସ୍ଥ୍ୟ, ଗମନାଗମନ, ପାନୀୟ ଜଳ, ଇଣ୍ଟରନେଟ ସେବା ଏବଂ ଆବାସ ଯୋଜନାରୁ ବଞ୍ଚିତ ଅଛନ୍ତି। ରାସ୍ତା ନିର୍ମାଣ ପ୍ରସ୍ତାବ ସରକାରୀ କାଗଜ କଲମ ମଧ୍ୟରେ ସୀମିତ ହୋଇ ରହିଯାଇଛି। ଉକ୍ତ ଗ୍ରାମର ବିକାଶ ପାଇଁ ଗଟାମାହା ଗ୍ରାମର ଯୁବ ସମାଜସେବୀ ରାଜେଶ କୁମାର ବଗର୍ତ୍ତୀ ଏବଂ କଳିଙ୍ଗାର ଯୁବ ସମାଜସେବୀ ଆମନ ଚନ୍ଦ୍ର ନାୟକ ବାରମ୍ବାର ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗକୁ ଚିଠିପତ୍ର ଲେଖି ସରକାରଙ୍କୁ ଅବଗତ କରାଇବା ପରେ ରାଜ୍ୟ ସରକାରଙ୍କ ତରଫରୁ ଉକ୍ତ ଗ୍ରାମର ବିକାଶ ପାଇଁ ବ୍ଳକ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଥିଲା କିନ୍ତୁ ଗ୍ରାମର ବିକାଶ ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି ଏବଂ ଏହା ଖୁବଶୀଘ୍ର କାର୍ଯ୍ୟକାରୀ ହେବ ବୋଲି ରାଜ୍ୟ ସରକାରଙ୍କୁ ଉଭୟ ପଞ୍ଚାୟତ ଏବଂ ବ୍ଳକ ପ୍ରଶାସନ ତରଫରୁ ମିଥ୍ୟା ପ୍ରତିଶ୍ରୁତି ପ୍ରଦାନ କରାଯାଉଛି, ବିଧିବଦ୍ଧ ଭାବେ ଉଭୟ ବ୍ଳକ ପ୍ରଶାସନ ଏବଂ ପଞ୍ଚାୟତ କର୍ତୁପକ୍ଷଙ୍କ ଅସହଯୋଗ ଏବଂ ଅବହେଳା ଯୋଗୁଁ ଆଜି ପର୍ଯ୍ୟନ୍ତ ଗଦିଙ୍ଗିଆ ଗ୍ରାମର ବିକାଶ ହୋଇପାରିଲା ନାହିଁ।
ନିର୍ବାଚନ ସମୟ ଆସିଲେ ନେତାମାନେ ଉକ୍ତ ଗ୍ରାମର ବିକାଶ ପାଇଁ ପ୍ରତିଶ୍ରୁତି ଦିଅନ୍ତି। କିନ୍ତୁ ନିର୍ବାଚନ ସରିବା ପରେ ଆଉ ସେହି ପ୍ରତିଶ୍ରୁତି କାର୍ଯ୍ୟ କରନ୍ତି ନାହିଁ ଏବଂ ପରବର୍ତ୍ତୀ ସମୟରେ ଗ୍ରାମକୁ ମଧ୍ୟ ଯାଆନ୍ତି ନାହିଁ । ତେଣୁ ଆଗାମୀ ଦିନରେ ତୁରନ୍ତ ଉକ୍ତ ଗ୍ରାମକୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା କିମ୍ବା ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ପକ୍କା ସଡ଼କ ନିର୍ମାଣ, ସ୍ୱାସ୍ଥ୍ୟ, ଇଣ୍ଟରନେଟ ସେବା, ଗୋଷ୍ଠୀ ଗୃହ ନିର୍ମାଣ, ଗ୍ରାମୀଣ ଆଲୋକୀକରଣ ଏବଂ ସ୍ୱଚ୍ଛ ପାନୀୟଜଳ ଯୋଗାଣ ସହ ଗ୍ରାମବାସୀଙ୍କୁ ଆବାସ ଯୋଜନା ମାଧ୍ୟମରେ ସାମିଲ କରି ଘର ଯୋଗାଇ ଦେବା ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି। ଜାତୀୟ ରାଜପଥ ଠାରୁ୨କିମି ଦୂରରେ ଗାଁ ତଥାପି ବିକାଶ ସ୍ପର୍ଶ କରିପାରିନି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/IMG-20220918-WA0208.jpg)