ହରିଚନ୍ଦନପୁର: ନରଣପୁର- ଡୁବୁରି ରାସ୍ତାର ବହୁ ସ୍ଥାନରେ ରାସ୍ତାରୁ ପିଚୁ ଉଠିଗଲାଣି। ପୂର୍ବରୁ ଏହି ରାସ୍ତାଟି ପୂର୍ତ୍ତ ବିଭାଗ ଅଧୀନରେ ଥିଲା। ଦେଢ ବର୍ଷ ହେଲାଣି ଏହି ରାସ୍ତାଟି ଜାତୀୟ ରାଜପଥ ( ଏନଏଚ -୭୨୦) ଅଧୀନକୁ ଚାଲିଯାଇଛି। ରାସ୍ତାଟି ଜାତୀୟ ରାଜପଥ ଅଧୀନକୁ ଗଲାପରେ ରାସ୍ତାର ମରାମତି ଠିକ୍ରେ ହେଉନାହିଁ କି ରାସ୍ତା କଡ଼ର ଅନାବନା ଗଛ ସଫା କରାଯାଉନାହିଁ ।
ଏହି ରାସ୍ତାର ନୁଦୁରୁପଡା, ପିଟାପିଟି, ଶଗଡ଼ପଟା, ଟାଙ୍ଗିରିଆପାଳ, ମହାବିରାପସି ଆଦି ସ୍ଥାନରେ ରାସ୍ତାରୁ ପିଚୁ ଉଠି ଗାତ ହୋଇଯାଇଛି। ଫଳରେ ବାଇକ ଅରୋହୀମାନେ ଯାତାୟାତ ପାଇଁ ହଇରାଣ ହରକତ ହେଉଛନ୍ତି। ଛୋଟବଡ଼ ଦୁର୍ଘଟଣା ବି ଘଟୁଛି। ତେଣୁ ତୁରନ୍ତ ଏହି ରାସ୍ତାର ମରାମତି ଦିଗରେ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/d99564ef-e19a-4d45-986f-87a94a2f14c5.jpg)