ପାପଡାହାଣ୍ଡି: ପାପଡାହାଣ୍ଡି ତହସିଲ ଅନ୍ତର୍ଗତ ଡେଙ୍ଗାଗୁଡା ପଞ୍ଚାୟତର ଖରକି ଗାଁ ରାସ୍ତା ଦେଇ ପ୍ରତିଦିନ ବାଲି ବୋଝେଇ ଗାଡି ଯାତାୟାତ କରୁଥିବାରୁ ଗାଁର ମୁଖ୍ୟ ରାସ୍ତା ଖରାପ ହୋଇଯାଇଥିବା ଗ୍ରାମବାସୀ ତହସିଲଦାରଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଖରକି ଗ୍ରାମର ଜଣେ ବ୍ୟକ୍ତି ଗାଁକୁ ଲାଗି ରହିଥିବା ପେଟଫୁଲା ନଦୀରୁ ଟିପ୍ପର ଓ ଟ୍ରକ ଦ୍ୱାରା ବାହାର ରାଜ୍ୟକୁ ବାଲି ଚାଲାଣ କରୁଛନ୍ତି। ତେବେ ବାଲି ବୋଝେଇ ଗାଡି ଗାଁ ରାସ୍ତା ଦେଇ ଯାଉଥିବାରୁ ରାସ୍ତା ଅବସ୍ଥା ଶୋଚନୀୟ ହୋଇ ପଡିଛି। ଏହି ରାସ୍ତା ଉପରେ ୩ଖଣ୍ଡ ଗାଁର ଲୋକେ ନିର୍ଭର କରୁଛନ୍ତି। ତେବେ ରାସ୍ତା ଅବସ୍ଥା ଶୋଚନୀୟ ହୋଇଥିବାରୁ ଛାତ୍ରଛାତ୍ରୀ ମାନେ ସ୍କୁଲ ଯିବା ସମୟରେ ବହୁ ହଇରାଣ ହେଉଛନ୍ତି। ଏପରିକି ଜରୁରି ସମୟରେ ଆମ୍ବୁଲାନ୍ସ ଯିବା ଆସିବାରେ ମଧ୍ୟ ସମସ୍ୟା ଦେଖାଦେଉଛି। ଏପରିକି ବାଲି ଗାଡି ଯିବା ଆସିବା ସମୟରେ ଗାଁ ଭିତରେ ଛୋଟ ମୋଟ ଦୁର୍ଘଟଣା ମଧ୍ୟ ଘଟୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗତ ଶନିବାର ଦିନ ଏନେଇ ଗ୍ରାମର ଶତାଧିକ ଲୋକ ପାପଡାହାଣ୍ଡି ତହସିଲଦାରଙ୍କୁ ସାକ୍ଷାତ କରି ଏନେଇ ଅଭିଯୋଗ କରିଥିଲେ। ଏହାର ବିକଳ୍ପ ବ୍ୟବସ୍ଥା କରିବାକୁ ଗ୍ରାମବାସୀ ତହସିଲଦାରଙ୍କୁ ଲିଖିତ ଭାବେ ଜଣାଇଛନ୍ତି।
ବାଲି ବୋଝେଇ ଗାଡି ଯାତାୟାତ ଯୋଗୁଁ ରାସ୍ତା ନଷ୍ଟ ଅଭିଯୋଗ
/sambad/media/post_attachments/wp-content/uploads/2017/10/jharsgda-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)