ଜୟପୁର: ଲଘୁଚାପ ବର୍ଷାରେ ଉମୁରୀ ମା ବ୍ରାହ୍ମଣଦେଇ ମନ୍ଦିର ନିକଟରେ ନବନିର୍ମିତ କଲଭର୍ଟରେ ପାଣି ଚାଲିଥିଲା। ଉମୁରୀ ମା ବ୍ରାହ୍ମଣଦେଇ ମନ୍ଦିରଠାରୁ ବିଷୋଇପୁଟ ଡିଷ୍ଟଲାରୀ ପର୍ଯ୍ୟନ୍ତ ସଂପ୍ରତି ରାସ୍ତା କାମ ଜାରି ରହିଛି। ସେହିପରି ୨ଟି କଲଭର୍ଟର କାମ ବି ଜାରି ରହିଛି। ତେବେ ଆଜି କଲଭର୍ଟରେ ପାଣି ଚାଲିଥିବାରୁ ରାସ୍ତାର ଉଭୟ ପାର୍ଶ୍ବରେ ଶତାଧିକ କାର, ଜିପ୍ ,ଟ୍ୟାକ୍ସି, ଟ୍ରକ, ବସ ସେଭଳି ୪ଘଣ୍ଟା ଧରି ରହିଯାଇଥିଲା। ଏପରିକି ଏହି ଜାମ୍ ମଧ୍ୟରେ ୩ଟି ଆମ୍ବୁଲାନସ୍ ବି ଫସି ରହିଥିବା ଦେଖିବାକୁ ମିଳିଥିଲା। ଗୋଟିଏ ରୋଗୀ ଆଣିବାକୁ ଯାଉଥିବା ବେଳେ ଆଉ ୨ଟି ରୋଗୀ ଧରି ସେଭଳି ଜାମ୍ ମଧ୍ୟରେ ଦୀର୍ଘ ସମୟ ଧରି ରହିଥିଲା।
ସୂଚନାଯୋଗ୍ୟ, ବାରିଣୀପୁଟରୁ ବୋରିଗୁମ୍ମା ପର୍ଯ୍ୟନ୍ତ ଜାତୀୟ ରାଜପଥ ପ୍ରଶସ୍ତିକରଣ ଓ ନବୀକରଣ କାମ ଗତ ୩ବର୍ଷ ହେବ ଚାଲିଛି। ଏହି କାମ ସରିବା ନାଁ ନେଉନି। ଗତ କିଛି ଦିନ ହେବ ଉମୁରୀ ଠାରୁ ଡିଷ୍ଟଲାରୀ, ଆମ୍ବାଗୁଡ଼ାରୁ କୁମୁଲିପୁଟ, କୁମୁଲିପୁଟ ବ୍ରିଜ ପର୍ଯ୍ୟନ୍ତ ରାସ୍ତାରେ ଶତାଧିକ ଫଟହଲ୍ ହୋଇଛି। ଠିକାଦାର ଜଣକ ଏହାକୁ ମରାମତି କରୁ ନାହାନ୍ତି ।
/sambad/media/post_attachments/wp-content/uploads/2021/09/b9865f95-fb74-4b94-aebc-ff47c57e1d32-300x225.jpg)
ଅପରପକ୍ଷରେ ବର୍ଷା ବି ଲାଗି ରହିଥିବାରୁ ଏହି ଫଟହଲରେ ପାଣି ଜମା ହୋଇ ରହି ଲୋକେ ଯିବା ଆସିବା କରିବା ସମୟରେ ନାହିଁ ନଥିବା ହଇରାଣ ହେଉଛନ୍ତି। ଫଟହଲ୍ ମରାମତି ପାଇଁ ଘଣ୍ଟାଏ କାଳ ଗାଡ଼ି ଗୁଡ଼ିକ ଅଟକି ରହିଥିଲା। ପରବର୍ତ୍ତୀ ସମୟରେ ଟ୍ରାଫିକ ସ୍ବାଭାବିକ ହୋଇଛି ବୋଲି କହିଛନ୍ତି ଏନଏଚ୍ ଏସଡିଓ ବିନୋଦ କୁମାର ବଗର୍ତ୍ତୀ। ବର୍ଷା ଲାଗି ରହିଥିବାରୁ ବଳକା ରହିଥିବା କାମ ସମ୍ଭବ ପର ହେଉନି। ସାମାନ୍ୟ ବର୍ଷା କମିବା ଏବଂ ଠିକେ ଖରା ହେଲେ ପିଚୁ ପକା ଯିବ ବୋଲି କହିଛନ୍ତି ଏସଡିଓ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/6e571bb5-e461-4bc0-9d50-824ac161900f.jpg)