ରାୟଗଡ଼ା: ଲଘୁଚାପ ଜନିତ ବର୍ଷାରେ ବେହାଲ ହୋଇ ପଡିଛି ଗ୍ରାମାଞ୍ଚଳ ସ୍ଥିତି। ପାହାଡ଼ରୁ ପାଣି ମାଡ଼ି ଆସିବା ଯୋଗୁ କଲର୍ଭଟ୍ ଦବିବା ସହ ଭାସି ଯାଇଛି ଆପ୍ରୋଚ୍ ରୋଡ୍। ଫଳରେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ପଡିଛି ଗୁଡାରି ବ୍ଲକ୍ କଦମା ପଞ୍ଚାୟତର ବୁରୁଡ଼ି ଗ୍ରାମ। ବିଡ଼ିଓଙ୍କ ନିର୍ଦେଶରେ ସରପଞ୍ଚ, ଯନ୍ତ୍ରୀ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ ପରେ ଯାତାୟତ ସ୍ବାଭାବିକ କରିବାକୁ ବ୍ଲକ୍ ପ୍ରଶାସନ ନେଇଛି ପଦକ୍ଷେପ। ଖଇରାଗୁଡ଼ା ଆରଡି ରାସ୍ତାରୁ ବୁରୁଡ଼ି ଗାଁର ଦୂରତା ୫ କିମି। ଗାଁକୁ ଆଜି ପର୍ଯ୍ୟନ୍ତ ନିତିଦିନିଆ ରାସ୍ତା ନିର୍ମାଣ ହୋଇପାରିନି। ଘାଟି ଦେଇ ଗାଁକୁ ସଂଯୋଗ ହୋଇଥିବା ମାଟି ରାସ୍ତା ଦେଇ ଗ୍ରାମବାସୀ ନିୟମିତ ଯାତାୟତ କରିଥାନ୍ତି।
ବ୍ଲକ୍ ସଦର ମହକୁମା ସମେତ ଆଖାପାଖ ପଞ୍ଚାୟତକୁ ଯିବା ଆସିବା ପାଇଁ ଗ୍ରାମବାସୀଙ୍କୁ ପାହାଡ଼ିଆ ନାଳ ସହ ଖଇରାଗୁଡ଼ା ନଦୀ ପାର ହେବାକୁ ପଡିଥାଏ। ମାଟି ରାସ୍ତାରେ ବର୍ଷା ଦିନରେ ଯାତାୟତ ସମୟରେ ଗ୍ରାମବାସୀ ଯମ ଯନ୍ତ୍ରଣା ଭୋଗୁଥିବା ବେଳେ ନଦୀ ଉପରେ ବ୍ରିଜ୍ ନିର୍ମାଣ ହୋଇନଥିବାରୁ ପାଣି ବଢ଼ିଲେ ଜୀବନକୁ ବାଜି ଲଗାଇ ନଦୀ ପାର ହେଉଛନ୍ତି। ପକ୍କା ରାସ୍ତା, ପାହାଡ଼ିଆ ନାଳ ଉପରେ କଲର୍ଭଟ୍, ଖଇରାଗୁଡ଼ା ନଦୀ ଉପରେ ସ୍ଥାୟୀ ପୋଲ ନିର୍ମାଣ ପାଇଁ ଗ୍ରାମବାସୀ ବହୁ ବର୍ଷ ହେଲା ଦାବି କରି ଆସୁଛନ୍ତି।
ଲୋକ ପ୍ରତିନିଧୀ ଓ ସରକାରୀ ଅଧିକାରୀଙ୍କ ଦୃଷ୍ଟି ମଧ୍ୟ ଆକର୍ଷଣ କରିଛନ୍ତି। ହେଲେ ନିର୍ବାଚନ ସମୟକୁ ଛାଡ଼ିଲେ ଅନ୍ୟ ଦିନରେ ନେତା କିମ୍ବା ଅଫିସରଙ୍କ ପାଦ ଏହି ଗାଁରେ ପଡୁନି। ଯେଉଁଥି ପାଇଁ ଗ୍ରାମବାସୀଙ୍କ ଦୁଃଖ ଦୂର ହୋଇପାରୁନି ବୋଲି କହିଛନ୍ତି ଗଛନା ମାଝୀ, ବାଲୁ ମାଝୀ, ଗଣେଶ ମାଝୀ, ଘାସିରାମ ମାଝୀ, ସୁରେଶ ମାଝୀ। ଆପ୍ରୋଚ୍ ରୋଡ୍ ଭାସି ଯିବା ପରେ ଏହି ରାସ୍ତା ଉପରେ ନିର୍ଭର କରୁଥିବା ୩ ଖଣ୍ଡ ଗ୍ରାମବାସୀ ଏବେ ଯାତାୟତରେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
Sambadଖଇରାଗୁଡ଼ା ନଦୀ ଉପରେ ପୋଲ ନିର୍ମାଣ ହେଲେ ୩୨୬ ନଂ ଜାତୀୟ ରାଜପଥ, ଚନ୍ଦ୍ରପୁର ବ୍ଲକ ଓ ଗଜପତି ଜିଲ୍ଲା ସହ ଯୋଡ଼ି ହେବ ଏହି ରାସ୍ତା। କିନ୍ତୁ ନିର୍ମାଣ ବିଳମ୍ବ ହେଉଥିବାରୁ ବର୍ଷ ତମାମ୍ ବୁରୁଡ଼ିର ୮୦ ପରିବାର ସମେତ ଶହଶହ ଗ୍ରାମବାସୀ, ଛାତ୍ରଛାତ୍ରୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଲଘୁଚାପ ପ୍ରଭାବରେ ୩ ଦିନ ଧରି ଗୁଡ଼ାରି ବ୍ଲକରେ ପ୍ରବଳ ବର୍ଷା ହୋଇଛି। ୧୧ ତାରିଖରେ ୨୦.୪ ମିମି, ୧୨ ତାରିଖରେ ୪୫.୬ ମିମି, ୧୩ ତାରିଖରେ ୧୫.୮ ମିମି, ୧୪ ତାରିଖରେ ୮.୬ ମିମି ବର୍ଷା ରେକର୍ଡ କରାଯାଇଛି। ଅନ୍ୟପକ୍ଷରେ ବ୍ଲକ୍ ସୀମାନ୍ତକୁ ଲାଗିଥିବା ଗଜପତି ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ହୋଇଥିବାରୁ ପାହାଡ଼ିଆ ଅଞ୍ଚଳରୁ ପାଣି ମାଡ଼ି ଆସି କ୍ଷୟକ୍ଷତି ଘଟାଇଛି।
ବର୍ଷା ପାଣି ପ୍ରବଳ ବେଗରେ ମାଡ଼ି ଆସିବା ଯୋଗୁ ଭୂସ୍ଖଳନ ହୋଇ କଲର୍ଭଟ୍ ଦବିବା ସହ ଦୁଇ ପାର୍ଶ୍ବ ଆପ୍ରୋଚ୍ ରୋଡ଼୍ ଧୋଇ ଯାଇଛି। ୩ ଦିନ ହେଲା ବୁରୁଡ଼ି, ଖଇରାଗୁଡା ସମେତ ୩ ଖଣ୍ଡ ଗ୍ରାମବାସୀ ଜରୁରୀ କାମରେ ନଦୀ ପାର ହୋଇ ବ୍ଲକ୍ ସଦର ମହକୁମାକୁ ଆସୁଛନ୍ତି। ଗ୍ରାମବାସୀଙ୍କ ଦୁର୍ଦ୍ଦଶା ସଂପର୍କରେ ବିଡ଼ିଓ ନୃସିଂହ ଚରଣ ସେଠୀ ଖବର ପାଇବା ପରେ ଟିମ୍ ପଠାଇବା ସହ ଖୁବ୍ ଶୀଘ୍ର ଆପ୍ରୋଚ୍ ରୋଡ୍ ଓ କଲର୍ଭଟ୍ ନିର୍ମାଣ କାମ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/RGD_Burudi-Villege-2.jpg)