କେନ୍ଦ୍ରାପଡ଼ା: ଆଉ ଦିନକ ପରେ କେନ୍ଦ୍ରାପଡ଼ାର ଗଣପର୍ବ ଗଜଲକ୍ଷ୍ମୀ ପୂଜା। କରୋନା କଟକଣା ପାଇଁ ଯଦିଓ ପାର୍ବଣର ମାହୋଲ ସଂପୂର୍ଣ୍ଣ ଫିକା ପଡ଼ିଯାଇଛି, କିନ୍ତୁ ପାରମ୍ପରିକ ରୀତିନୀତିରେ ବିଧି ରକ୍ଷା ପୂଜା ପାଇଁ ମଣ୍ଡପଗୁଡ଼ିକରେ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଲାଣି। ହେଲେ ଉଦ୍ବେଗର ବିଷୟ ହେଉଛି ଯେ କେବଳ କେନ୍ଦ୍ରାପଡ଼ା ସହରର ପ୍ରବେଶପଥ ଦୁହୁରିଆ ପୋଲ ତଳ ନୁହେଁ, ସହର ଭିତରେ ବି ବିଭିନ୍ନ ସ୍ଥାନରେ ରାସ୍ତା ଶୋଚନୀୟ ହୋଇପଡ଼ିଲାଣି। ରାସ୍ତା ସାରା ଖାଲଖମା। କେଉଁଠି ବିରାଟ ଗାତ ତ କେଉଁଠି ରାସ୍ତାରୁ ବଜୁରି, ଗୋଡ଼ି ଉଠି ମରଣଯନ୍ତା ପାଲଟିଛି, ଆଉ ପାଣି କାଦୁଅ ପଚପଚ।
ଅଥଚ ମରାମତି ହେଉନାହିଁ। କରୋନାକୁ ବାହାନା କରି କର୍ତୃପକ୍ଷ ରାସ୍ତା ମରାମତି ପ୍ରସଙ୍ଗକୁ ପାସୋରି ଯାଇଛନ୍ତି। ଫଳରେ ଦୁହୁରିଆ ପୋଲ ତଳ ରାସ୍ତାଠୁ ନେଇ ଟେଲିକମ୍ ଅଫିସ୍ ସମ୍ମୁଖ, ଭଗେଶ୍ବରପୁର, ସାନ୍ତସାହି, ହଜାରୀବଗିଚା, ଗୋବରୀ କେନାଲ, ବଳଦେବଜିଉ ମନ୍ଦିର ରାସ୍ତା, ସୁଆର ସାହି, ଗଣମାହାଲ ଛକ ଆଦି ଅନେକ ସ୍ଥାନରେ ରାସ୍ତା ଅବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏମିତି ଯେ ଲୋକମାନେ ଯା’ଆସ କରିବାରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ହେଲେ କର୍ତୃପକ୍ଷ କରୋନାକୁ ଢାଲ କରି ହାତବାନ୍ଧି ବସିଯାଇଛନ୍ତି। ଏଭଳି ସ୍ଥିତିରେ ଆଗକୁ ପାର୍ବଣ ଆସୁଥିବା ବେଳେ ଯଦିଓ କରୋନା ପାଇଁ ଉତ୍ସବର ମାହୋଲ ଫିକା ପଡ଼ିଯାଇଛି, କିନ୍ତୁ ରାସ୍ତା ମରାମତି କାର୍ଯ୍ୟ କେଉଁ କାରଣ ପାଇଁ କରାଯାଉନାହିଁ, ତାହା ବୁଝାପଡ଼ୁନାହିଁ। ପ୍ରଶାସନର ଏପ୍ରକାର ଉଦାସୀନତା ନୀତିକୁ ନେଇ ସହରବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷର କାରଣ ପାଲଟିଛି ା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/ANANDA-CHANDRA-JENA-MARGA-CHHAKA072408.jpg)