ସଡ଼କ ସୁରକ୍ଷା ସଚେତନତା ଅଭିଯାନରେ ସାମିଲ ହେଲେ ଡାକ୍ତର

ବାରିପଦା : ଚିକିତ୍ସା କରି ରୋଗୀଙ୍କୁ ବଞ୍ଚାଇବା ତାଙ୍କ କର୍ତ୍ତବ୍ୟ। ସେହିପରି ଆସନ୍ନ ମୃତ୍ୟୁରୁ ମଧ୍ୟ କିପରି ବଞ୍ଚିହେବ ସେନେଇ ସଚେତନ କରିବା ମଧ୍ୟ ତାଙ୍କର ଏକ ପ୍ରଧାନ ଦାୟିତ୍ବ। ଆଉ ଏପରି ସାମାଜିକ ଦାୟିତ୍ବ ନିର୍ବାହ କରିଛନ୍ତି କୋଷ୍ଠା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅନ୍ତର୍ଗତ କୁଲାଦହଣୀ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀ। ଜାତୀୟ ସଡ଼କ ସୁରକ୍ଷା ମାସ ପାଳନ ଅବସରରେ ଏହି ସ୍ବାସ୍ଥ୍ୟକେନ୍ଦ୍ରକୁ ଆସୁଥିବା ରୋଗୀ ଏବଂ ଆଟେଣ୍ଡାଣ୍ଟ୍‌ମାନଙ୍କୁ ସଡ଼କ ସୁରକ୍ଷା ସମ୍ପର୍କିତ ବିଭିନ୍ନ ବାର୍ତ୍ତା ଦେଇ ସଚେତନ କରାଉଛନ୍ତି ଏଠିକାର ଡାକ୍ତର ଏବଂ ଅନ୍ୟାନ୍ୟ ସ୍ବାସ୍ଥ୍ୟକର୍ମୀ । ହେଲମେଟ୍‌ ବ୍ୟବହାର କରିବା ସହିତ ସତର୍କ ରହିଲେ ଆଉ ହସ୍‌ପିଟାଲ ମଧ୍ୟ ଆସିବାକୁ ପଡ଼ିବନି ବୋଲି କହି ସଚେତନ କରିଛନ୍ତି ସ୍ବାସ୍ଥ୍ୟସେବକଗଣ। ସଡ଼କ ସୁରକ୍ଷା କ୍ଷେତ୍ରରେ ଡାକ୍ତରଙ୍କର ଏପରି ଯୋଗଦାନକୁ ସାଧାରଣରେ ପ୍ରଶଂସା କରାଯାଇଛି।

ସମ୍ବନ୍ଧିତ ଖବର