ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ବିଜେଡି ବିଧାୟକ ପ୍ରାର୍ଥୀ ରାଇସେନ୍ ମୁର୍ମୁଙ୍କ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ବହଳଦା ବ୍ଲକର ଗମ୍ଭାରିଆ, ବହଳଦା, ଜାମଦା ବ୍ଲକର ଜାମଦା ଓ ଦୁନ୍ଦୁ ପ୍ରଭୃତି ସ୍ଥାନରେ ରୋଡ୍ ସୋ କରି ମାରାଥନ୍ ପ୍ରଚାର କରିଛନ୍ତି। ଏଥିରେ ଷ୍ଟାର ପ୍ରଚାରକ ବାବେ ଓଲିଉଡ୍ ଅଭିନେତ୍ରୀ ସୁପ୍ରିୟା ନାୟକ ଯୋଗଦେଇ ରାଇସେନଙ୍କ ପାଇଁ ପ୍ରଚାର କରି ବିଜେଡି ସରକାରଙ୍କ ବିକାଶର ବାର୍ତା ଦେଇଥିଲେ। ଦଳ ନିର୍ବାଚନ ଜିତିଲେ ଆସନ୍ତା ଜୁଲାଇ ମାସଠାରୁ ମାଗଣାରେ ୧୦୦ ୟୁନିଟ୍ ନିଜୁଳି ସହିତ ସମସ୍ତଙ୍କୁ ବୁଜୁ ସ୍ୱାସ୍ଥ କଲ୍ୟାଣ ଯୋଜନାରେ ସାମିଲ କରିବା ସହିତ ମିସନ ଶକ୍ତି ଯୋଜନାରେ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମହିଳାଙ୍କୁ ଋଣ, ୫ ବର୍ଷରେ ୨ ଲକ୍ଷ ସରକାରୀ ନିଯୁକ୍ତି ପ୍ରଦାନ, ଯୁବକଯୁବତୀମାନଙ୍କ ପାଇଁ ବଜେଟରେ ଶହେ କୋଟିର ବ୍ୟୟବରାଦ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ନେଇ ପ୍ରଚାର ସମୟରେ ଭୋଟରଙ୍କୁ ଅବଗତ କରାଉଛନ୍ତି। ତେଣୁ ଷଷ୍ଠ ଥର ପାଇଁ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ଶଂଖ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ୍ ଦେବାକୁ ବିଧାୟକ ପ୍ରାର୍ଥୀ ଶ୍ରୀ ମୁର୍ମୁ ଭୋଟରଙ୍କୁ ଭୋଟ୍ ଭିକ୍ଷା କରିଥିଲେ। ପ୍ରଚାର ସମୟରେ ବହୁ ନେତା ଓ କର୍ମୀ ସାମିଲ ଥିଲେ।
ବିଜେଡି ପ୍ରାର୍ଥୀ ରାଇସେନ ମୁର୍ମୁଙ୍କ ରୋଡ୍ ସୋ’
/sambad/media/post_attachments/wp-content/uploads/2024/05/IMG_20240529_210251.jpg)