ଉଦଘାଟନକୁ ୩ ବର୍ଷ ବିତିଲା, କାର୍ଯ୍ୟକ୍ଷମ ହୋଇପାରିଲାନି ପଥପ୍ରାନ୍ତ ସୁବିଧା କେନ୍ଦ୍ର

କୋରାପୁଟ : ଲକ୍ଷ୍ୟ ଥିଲା ହାତ ପାହାନ୍ତାରେ ଆଗନ୍ତୁକଙ୍କୁ ମିଳିବ  ଅତିଥ୍ୟ। ଏପରି ସତ୍କାର ହେବ ଯେ କୋରାପୁଟକୁ ମନେ ରଖିବେ ଆଗନ୍ତୁକ। ସେଥିପାଇଁ ତିଆରି ହୋଇଛି  ଚକ ଚକିଆ ଘର। ତଳେ ମାର୍ବଲ ଓ ଉପରେ ସୁନ୍ଦରିଆ ଛାତ ବି ରହିଛି। ନିର୍ମାଣକୁ ତିନି ବର୍ଷ ବିତିଥିଲେ ମଧ୍ୟ ଏବେ ଯାଏ ଦିନଟିଏ ବି କାମରେ ଲାଗି ପାରିନି। ପ୍ରାୟ ଦେଢ ଏକର ଜାଗାରେ ପ୍ରାୟ ଏକ କୋଟିଏ ୧୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିଲେ ବି ଏବେ ଦିନଟିଏ ବି ପର୍ଯ୍ୟଟକଙ୍କୁ ଦେଖିନି କୋରାପୁଟ ଜିଲ୍ଲା ଡୁମୁରିପୁଟ ନିକଟ ଜାତୀୟ ରାଜପଥ-୨୬ କଡରେ ରହିଥିବା ପଥ ପ୍ରାନ୍ତ ସୁବିଧା କେନ୍ଦ୍ର। ଏବେ ଯାଏ ଏହି ପଥପ୍ରାନ୍ତ ସୁବିଧାକେନ୍ଦ୍ର ଚାଲିଛି ନା ବନ୍ଦ ରହିଛି ତାହା ମଧ୍ୟ ସ୍ପଷ୍ଟ ହେଉନି।

କୋରାପୁଟ ଜିଲ୍ଲାରେ ୨୦୧୮ ମସିହା ଜୁଲାଇ ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କେନ୍ଦ୍ର ସହ ରାଜ୍ୟର ଅନ୍ୟ ୩୪ଟି କ‌େନ୍ଦ୍ରକୁ ଲୋକାର୍ପିତ କରିଥିଲେ। ଏହାର ଠିକ ତିନିବର୍ଷ ପୂର୍ବରୁ ଏହାର ନିର୍ମାଣ କରାଯାଇଥିଲା। କୋରାପୁଟର ଜୀବନରେଖା କୁହାଯାଉଥିବା ୨୬ ନମ୍ବର ଜାତୀୟ ରାଜପଥ ୨୦୧୮ ପୂର୍ବରୁ କୌଣସି ପଥପ୍ରାନ୍ତ ସୁବିଧା ନ ଥିଲା। ଏହି କେନ୍ଦ୍ର ହେବା ପରେ ରାସ୍ଥା କଡରେ ବିରାଟ ୱେ ସାଇଟ ଖୋଲା ସ୍ଥାନ ରହିଥିବାବେଳେ ଘର ବି ତିଆରି ହୋଇଥିଲା। ହେଲେ ନିର୍ମାଣ ଦିନରୁ ହିଁ ସମସ୍ୟା ଲାଗି ରହିଛି। ଏହିଠାରେ ଦୁଇବର୍ଷ ହେବ ବିଦ୍ୟୁତ ନ ଥିବା ଜଣାପଡିଛି। ସୋଲାର ମାଧ୍ୟମରେ କେବେ ପରିଚାଳନା ହେଉଥିବାବେଳେ କେବେ ବର୍ଷା ଯୋଗୁଁ ସୁବିଧା ‌ହେଉ ନ ଥବା ଜଣାପଡିଛି। ଏବେ ସାଉଥକୋ ଉପରୁ ଏବେ ଦେଢ ଲକ୍ଷ ଟଙ୍କାର ବିଦ୍ୟୁତ ବିଲ ବାକି ରହିଥିବା ଜଣାପଡିଛି। ଏହି ବିଲକୁ ରାସ୍ଥା ଓ ଗୃହ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଦେବାକୁ ରହିଥିବାବେଳେ ଦୁଇ ବର୍ଷ ହେବ ବିଦ୍ୟୁତ ଦେୟ ପ୍ରଦାନ ହୋଇ ନ ଥିବା ଜଣାପଡିଛି। ଅନ୍ୟପକ୍ଷରେ ଏହି କେନ୍ଦ୍ରରେ ୧୨ ଜଣ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଥିଲା ହେଲେ ଗତବର୍ଷ ମାର୍ଚ୍ଚ ମାସରେ ୭ଜଣଙ୍କୁ ବାହାର କରିବାକୁ ସରକାର  ଦେଲେ। କରୋନା ସମୟରେ ୬ଜଣଙ୍କୁ ନେଇ ଏବେ ଏହି କେନ୍ଦ୍ର ଚାଲିଥିବା ଜଣାପଡିଛି। ସବୁଠୁ ବଡ଼ କଥା ହେଲେ ଏହି କେନ୍ଦ୍ରରେ ଏବେ ଯାଏ ବିଦ୍ୟୁତ ନାହିଁ। ଗତକାଲି ବିଳମ୍ବିତ ରାତିରେ ଜଣେ ଆଗନ୍ତୁକ ଆସିଥିବାବେଳେ ଏହିଠାରେ ନାହିଁ  ନ ଥିବା ସମସ୍ୟା ହୋଇଥିବା ଜଣାପଡିଛି। ଅନ୍ୟପକ୍ଷରେ ଏହିଠାରେ କ୍ରୀଡା ପାଇଁ ଖେଳ ପଡିଆ ସହ ଫୁଡ କୋର୍ଟ ଅନ୍ୟ ସୁବିଧା ରହିବାର ନିମୟ ରହିଥିବାବେ‌ଳେ ଖୁବ କମ୍‌ ସୁବିଧା ରହିଥିବା ଜଣାପଡିଛି।

ଆର ଆଣ୍ଡ ବି ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଏହି କେନ୍ଦ୍ରକୁ ସବୁ ସୁବିଧା ପ୍ରଦାନ କରାଯାଇଛି। ଏହାର ପରିଚାଳନା ଦାୟିତ୍ବ ମୁମ୍ବାଇର ଏକ ଘରୋଇ ସଂସ୍ତାକୁ ପ୍ରଦାନ କରାଯାଇଛି। ପରିଚାଳନା ପାଇଁ ମାସିକ ଏକ ଲକ୍ଷ ଟଙ୍କା ପ୍ରାଦାନ କରାଯାଉଛି। ତେ‌ବେ ବିଦ୍ୟୁତ ନେଇ କୌଣସି ସୁଚନା ନାହିଁ ବୋଲି କତ୍ତୃପକ୍ଷ କହିଛନ୍ତି।

ସମ୍ବନ୍ଧିତ ଖବର