କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଟାଉନ୍ ଥାନା ଅନ୍ତର୍ଗତ ବଡ଼ ମଙ୍ଗଳା ଛକରେ ବିଦ୍ୟୁତ ଟ୍ରାନ୍ସଫର ବସାଇବା ଦାବୀ ନେଇ ଲୋକମାନେ ଟାୟାର୍ ଜାଳି କେନ୍ଦ୍ରାପଡ଼ାରୁ ସାନ୍ତସାହିପୋଲ ଯାଇଥିବା ରାସ୍ତାକୁ ଅବରୋଧ କରିଛନ୍ତି।
ଦୀର୍ଘ ତିନିଦିନ ଧରି ଲାଇନ୍ ନରହିବା ଫଳରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବା ପରେ ଆଜି ବାଧ୍ୟ ହୋଇ ରାସ୍ତା ଅବରୋଧ କରିଥିବା ଜଣାପଡ଼ିଛି। ଯଦି ଜିଲ୍ଲା ପ୍ରଶାସନ ତୁରନ୍ତ ଏନେଇ କୌଣସି ପଦକ୍ଷେପ ଗ୍ରହଣ ନକରନ୍ତି, ତେବେ ରାସ୍ତା ରୋକ ଅନିର୍ଦ୍ଦିଷ୍ଟ କାଳ ପାଇଁ ଚାଲୁ ରହିବ ବୋଲି ସ୍ଥାନୀୟ ବାସିନ୍ଦାମାନେ କହିଛନ୍ତି।
ତେବେ ତହସିଲଦାର ହେମଲତା ବହଲିଆ, ଏସ୍ଡିପିଓ ରାଜୀବ ଲୋଚନ ପଣ୍ଡା, ସେଶୁ ଯନ୍ତ୍ରୀ ଘଟଣାସ୍ଥଳରେ ପହଞ୍ଚି ସମସ୍ୟାର ସମାଧାନ ସହ ଟ୍ରାନ୍ସଫରମର ବସାଇବାକୁ ପ୍ରତିଶ୍ରୁତି ଦେବାପରେ ରାସ୍ତାରୋକୋ ହଟିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/BlueStacks_ScreenShot-5.jpg)