ବିନିକା: ବର୍ଷା ପାଣି ନିଷ୍କାସନକୁ ନେଇ ରାସ୍ତାରୋକ କଲେ ସ୍ଥାନୀୟ ଲୋକ | ସୋନପୁର ଜିଲ୍ଲା ବିନିକା ଜାତୀୟ ରାଜପଥରେ ଆଜି ସକାଳୁ ହରିଜନପଡା ଓ ଖଦାଲପଡା ଗ୍ରାମବାସୀ ରାସ୍ତାରୋକ କରିଛନ୍ତି | ବର୍ଷା ପାଣି ଜମି ରହିଥିବାରୁ ପାଣି ନିଷ୍କାସନ ଦାବିରେ ସ୍ଥାୟୀ ସମାଧାନ ପାଇଁ ଲୋକ ରାସ୍ତାରୋକ କରିଛନ୍ତି । ଏହାର ସମାଧାନ ପାଇଁ ପ୍ରଶାସନକୁ ଦାବିପତ୍ର ଦେବାସହ ଜୁନ ୨୮ରେ ରେ ବିନିକା ଏନଏସି ଭାରପ୍ରାପ୍ତ କାର୍ଯ୍ୟନିର୍ବାହି ଅଧିକାରୀଙ୍କୁ ଦାଵିପତ୍ର ଦେଇ ଥିଲେ ।

Advertisment

ଦାବିପତ୍ର ଦେବା ପରେ ମଧ୍ୟ କୌଣସି ସମାଧାନ ନ ହେବାରୁ ଆଜି ସ୍ଥାନୀୟ ଲୋକ ରାସ୍ତାରୋକ କରିଛନ୍ତି | ଏହି ରାସ୍ତାରୋକରେ କୃଷ୍ଣ ଚନ୍ଦ୍ର କୁମ୍ଭାର,ବୀରମହାରାଜପୁରର ପୂର୍ବତନ ବିଜେପି ବିଧାୟକ ପ୍ରାର୍ଥୀ ଆନନ୍ଦ ବାରିକ, ପର୍ଶୁରାମ ଭେଶ୍ରା, ଜୟରାମ ଭେଶ୍ରା,ଭାରତୀ ଭେଶ୍ରା, ସାବିତ୍ରୀ ଭେଶ୍ରା,ଅନୁସୟା ଭେଶ୍ରା,ପିଙ୍କି ଭେଶ୍ରା,ରାଜେଶ୍ଵରୀ ଭେଶ୍ରି,ଭାଗ୍ୟ ପଡିଆ ପ୍ରମୁଖ ଉପସ୍ଥିତ ଥିଲେ