କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଇ ମାଥିଲିରେ ରାସ୍ତା ଅବରୋଧ

ମାଥିଲି: ମାଲକାନଗିରି ଜିଲ୍ଲା ମାଥିଲି ଠାରେ ଆଜି ସିପିଆଇ ଏବଂ ଉତ୍କଳ ରାଜ୍ୟ କୃଷକ ସଭା ତରଫରୁ କୃଷକ ଆନ୍ଦୋଳନକୁ ସମର୍ଥନ କରି ରାସ୍ତା ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ଦୁଇ ଦଳ କୃଷକ ଆନ୍ଦୋଳନରେ ସାମିଲ ହୋଇଥିବା ସୂଚନା ଦେଇଥିଲେ। କୃଷକ ସଭାପତି ଗୁରୁ ଦୋରାଙ୍କ ପ୍ରତ୍ୟକ୍ଷ ନେତୃତ୍ବରେ ଆଜି ଏଠାରେ ଆନ୍ଦୋଳନ କରାଯାଇଥିଲା। ରାସ୍ତା ଅବରୋଧ ରହିଥିବା ଯୋଗୁଁ ଦୀର୍ଘ ସମୟ ଧରି ଯାନବାହାନ ଚଳାଚଳ ବନ୍ଦ ରହିଥିଲା।

କୃଷକ ଆଇନକୁ ତୁରନ୍ତ କେନ୍ଦ୍ର ସରକାର ହଟାନ୍ତୁ ବୋଲି ଦାବି କରାଯାଇଥିଲା। ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଚେତାବନୀ ଦିଆଯାଇଛି। ଏହି ବିକ୍ଷୋଭରେ ସିପିଆଇର ଜିଲ୍ଲା ସଂପାଦିକ ହଳଧର ପୂଜାରୀ, ମହିଳା ନେତ୍ରୀ ବିଷ୍ଣୁପ୍ରିୟା ରାଜଗୁରୁ, ଦୟମଣି ଗଲୋରୀ, ହରି ଓଡିଆ, ଦିଲୀପ କୁମାର ସାମଲ, ରାମ ମାଡକାମୀ, ନନ୍ଦ ବଡନାୟକ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର