କେନ୍ଦୁଝର: ପାଣି ପାଇଁ ଆଜି କେନ୍ଦୁଝର ବାଂଶପାଳ ବ୍ଲକ ଫୁଲଝର ଭୂୟାଁ ସାହିବାସୀ ଗରା, ବାଲ୍ଟି ରଖି ରାସ୍ତାରୋ କରିଥିଲେ। ଫଳରେ ରାସ୍ତାର ଦୁଇ ପାର୍ଶ୍ବରେ ଗାଡ଼ିମଟର ଅଟକି ରହିଥିଲା। ଲୋକଙ୍କ କହିବା କଥା ୨/୩ ବର୍ଷ ପୂର୍ବେ ବସୁଧା ଯୋଜନାରେ ଓଭରହେଡ ପାଣି ଟାଙ୍କି କରାଯାଇଛି। ଖରାଦିନେ ପାଣି ସମସ୍ୟା ଦେଖା ଦେଇଥାଏ ।

Advertisment

ବସୁଧା ଯୋଜନାରେ ଯେଉଁ ବୋରୱେଲ ହୋଇଛି। ସେହି ନିକଟରେ ଆର୍ଡେଣ୍ଟ ପ୍ଲାଣ୍ଟ ରହିଛି। ପ୍ଲାଣ୍ଟ ପରିସରରେ ପ୍ଲାଣ୍ଟ କର୍ତ୍ତୃପକ୍ଷ ୮ରୁ ୧୦ ଗଭୀର ବୋରୱେଲ ଖୋଳିଛନ୍ତି। ଫଳରେ ବସୁଧା ଯୋଜନାରେ ହୋଇଥିବା ପ୍ରକଳ୍ପଟି ବିଫଳ ହେଉଛି। ଏପରିକି ବସୁଧା ଯୋଜନା ପ୍ରକଳ୍ପର ଗରାଏ ମଧ୍ୟ ପାଣି ଯୋଗାଇ ପାରୁ ନାହିଁ। ପାଖାପାଖି ୪ ଘଣ୍ଟ ରାସ୍ତାରୋ ପରେ ଆର୍ଡେଣ୍ଟ ପ୍ଲାଣ୍ଟ କର୍ତ୍ତୃପକ୍ଷ ଆନ୍ଦୋଳନସ୍ଥଳରେ ପହଞ୍ଚି ଲୋକଙ୍କ ସହିତ ଆଲୋଚନା କରିଥିଲେ । ଗାଁରେ ପାଣି ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ପ୍ଲାଣ୍ଟ ପକ୍ଷରୁ ପାଣିଟ୍ୟାଙ୍କି ଆସି ଲୋକଙ୍କ ପାଣି ଯୋଗାଇବ । ଏହାପରେ ଲୋକାମନେ ରାସ୍ତାରୁ ହଟିଯିବାରୁ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଥିଲା।