ସୁନ୍ଦରଗଡ: ଫେଲ ମାରିଲା ଲୁଟ ଉଦ୍ୟମ | ଲୁଟ କରିବେ କଣ ବାଇକ ଛାଡି ପଳାଇଲେ ଲୁଟେରା | ସୁନ୍ଦରଗଡ କୁତ୍ରା ବ୍ଲକ ଅନ୍ତର୍ଗତ ଆମ୍ବଗୋଭା ଗ୍ରାମପଞ୍ଚାୟତର ଏଲଗାରେ ଏଭଳି ଏକ ଘଟଣା ଘଟିଛି | ମିଳିଥିବା ସୂଚନା ମୁତାବକ ଏସବିଆଇ ସେବାକେନ୍ଦ୍ର ମାଲିକ ବିରେନ୍ଦ୍ର ସାହୁ ନିଜ ବାଇକ ଯୋଗେ ବାମରାରୁ ବଡମାଲକୁ ଆସୁଥିବାବେଳେ ୩ ଜଣ ଯୁବକ ଏକ ପଲସର ବାଇକରେ ଆସି ମୁଖାପିନ୍ଧି ବନ୍ଧୁକ ମୁନରେ ତାଙ୍କଠାରୁ ଲୁଟ୍ ଉଦ୍ୟମ କରିଥିଲେ । ତେବେ ସେ ସେଠାରୁ ଦଉଡି ପଳାଇ ଅଳ୍ପକେ ବର୍ତ୍ତିଯାଇଥିଲେ |

Advertisment

ତେବେ ଡକାୟତି ଦଳର ତିନିଜଣ ଲୁଟେରାଙ୍କ ବାଇକ ଖରାପ ହୋଇଯିବାରୁ ସେମାନେ ଜଙ୍ଗଲରେ ବାଇକ ଛାଡି ପଳାଇ ଯାଇଛନ୍ତି । ଏବାବଦରେ ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଂଚିଥିବାବେଳେ ତଦନ୍ତ କରୁଛି ।