ଷ୍ଟିଲସିଟିର ଭଦ୍ର ଚୋର: ଵ୍ୟାଙ୍କରେ ଜମା ପୂର୍ବରୁ ଯୁବକଙ୍କ ବ୍ୟାଗରୁ ଲକ୍ଷେ ଟଙ୍କା ଚୋରି କଲେ ବୃଦ୍ଧ ବ୍ୟକ୍ତି

ରାଉରକେଲା : ଵ୍ୟାଙ୍କରେ ଜମା କରିବା ପୂର୍ବରୁ ଜମାକାରୀଙ୍କ ବ୍ୟାଗରୁ ଲକ୍ଷେ ଟଙ୍କା ଚୋରି ହୋଇଛି l ଜମାକାରୀଙ୍କ ପଛରେ ଛିଡା ହୋଇଥିବା ଜଣେ ବୃଦ୍ଧ ଅତି ଚତୁରତାର ବ୍ୟାଗରୁ ଲକ୍ଷେ ଟଙ୍କା ଚୋରି କରି ପଳାଇଛନ୍ତି l ଚୋରିର ଦୃଶ୍ୟ ଵ୍ୟାଙ୍କ ସିସିଟିଭିରେ କୟଦ ହୋଇଛି l ଏମିତି ଘଟଣା ଘଟଛି ରାଉରକେଲା ବିଶ୍ରା ଏସବିଆଇ ମୁଖ୍ୟ ଶାଖାରେ l ପ୍ଲାଣ୍ଟସାଇଟ ପୁଲିସ ସିସିଟିଭି ଫୁଟେଜ ଆଧାରରେ ଘଟଣାର ତଦନ୍ତ ଚଳାଇଛି l


ସୂଚନା ମୁତାବକ ଆନନ୍ଦ ଭବନ ଲେନର ଏକ କମ୍ପ୍ୟୁଟର ଦୋକାନରେ କାମ କରନ୍ତି ମହମ୍ମଦ ଆକିବ l ସେ ତାଙ୍କ ବାପାଙ୍କ ପାଖକୁ ଦୁଇ ଲକ୍ଷ ଟଙ୍କା ପଠାଇବାକୁ ମାଲିକ ମହମ୍ମଦ ନୌସାଦଙ୍କୁ ଉଧାରୀ ମାଗିଥିଲେ l ମାଲିକ ଦୁଇ ଲକ୍ଷ ଦେବା ପରେ ଆକିବ ଜମା କରିବାକୁ ଏସବିଆଇକୁ ଯାଇଥିଲେ l ଜମା କରିବାକୁ ଧାଡିରେ ଛିଡା ହୋଇଥିଲେ l ତାଙ୍କ ପଛରେ ଜଣେ ବୃଦ୍ଧ ଛାଡି ହୋଇଥିଲେ l ଆକିବ ମୋବାଇଲରେ ବ୍ୟସ୍ତ ଥିବାର ସୁଯୋଗ ନେଇ ବୃଦ୍ଧ ଜଣକ ବ୍ୟାଗରୁ ଲକ୍ଷେ ଟଙ୍କା ବାହାର କରି ଅତି ଚତୁରତାର ସହ ସେଠାରୁ ଖସି ପଳାଇ ଥିଲେ l

ସମ୍ବନ୍ଧିତ ଖବର