ବ୍ୟବସାୟୀଙ୍କ ଘରୁ ଡକାୟତି, ବନ୍ଧୁକ ଦେଖାଇ ଲୁଟି ନେଲେ ସୁନା ଅଳଙ୍କାର ଓ ୬ ଲକ୍ଷ ଟଙ୍କା 

ରାଉରକେଲା: ଗତକାଲି ରାତିରେ ନୂଆଗାଁ ବ୍ଲକ ଖୁଣ୍ଟୁଗାଁର ଜଣେ ବ୍ୟବସାୟୀଙ୍କ ଘରୁ ଡକାୟତି ହୋଇଛି l ଆଠ ଜଣ ଅଜଣା ଯୁବକ ବନ୍ଧୁକ, ଭୂଜାଲି ଦେଖାଇ ପାଖାପାଖି ୬ ଲକ୍ଷ ଟଙ୍କା, ସୁନା ଗହଣା ଓ ତିନିରୁ ଅଧିକ ମୋବାଇଲ ଲୁଟି ନେଇଛନ୍ତି l ସୂଚନା ମୁତାବକ ଖୁଣ୍ଟୁଗାଁରେ ବ୍ୟବସାୟୀ ମନୋଜ ସାହୁ ପରିବାର ସହ ରହନ୍ତି l ତାଙ୍କର ଖୁଣ୍ଟୁଗାଁ ମୁଖ୍ୟ ବଜାରରେ ରାସନ, ସାର ଓ ହାର୍ଡୱାୟର ଦୋକାନ ରହିଛି l ପ୍ରତିଦିନ ପରି ଗତକାଲି ରାତି ନଅ ଟାରେ ଦୋକାନ ବନ୍ଦ କରି ଘରକୁ ଆସିଥିଲେ l

ଘରେ ପହଂଚିବାର ମାତ୍ର ପାଞ୍ଚ ମିନିଟ ପରେ ଆଠ ଯୁବକ ତାଙ୍କ ଘର ପାଖରେ ପହଂଚି ଥିଲେ l ଛଅ ଜଣ ଘରେ ଜୋରଜବରଦସ୍ତ ପଶିଥିଲେ l ଦୁଇ ଜଣଙ୍କ ହାତରେ ବନ୍ଧୁକ ଓ ଅନ୍ୟ ଦୁଇ ଜଣଙ୍କ ହାତରେ ଭୂଜାଲି ଥିଲା l ବନ୍ଧୁକ, ଭୂଜାଲି ଦେଖାଇ ମନୋଜ, ପତ୍ନୀ ଓ ଦୁଇ ପିଲାଙ୍କୁ ଗୋଟିଏ ଘରେ ପୁରାଇ ଦେଇଥିଲେ l

ଆଲମିରା ଚାବି ନେଇ ଲକରରୁ ନଗଦ ଟଙ୍କା, ସୁନା ଗହଣା, ମୋବାଇଲ ଓ ଲୁଗାପଟା ବ୍ୟାଗରେ ଭର୍ତ୍ତି କରି ଫେରାର ହୋଇ ଯାଇଥିଲେ l ଆଜି ସକାଳେ ବିଶ୍ରା ପୁଲିସ ପହଞ୍ଚି ତଦନ୍ତ ଚଳାଇଛି |

ସମ୍ବନ୍ଧିତ ଖବର