ବ୍ରଜରାଜନଗର : ପ୍ରତିକୂଳ ପରିବେଶ ଓ ପରିସ୍ଥିତିକୁ ଖାତିରି ନକରି ନିଜର ଲକ୍ଷ୍ୟ ସ୍ଥଳରେ ପହଂଚିବାର ପ୍ରୟାସ କିଛି କମ କଥା ନୁହେଁ। ସେହି ଭଳି ଏକ ପରିବେଶ ଦେଇ ଗତିକରି ଶେଷରେ ନିଜର ଲକ୍ଷ ସ୍ଥଳରେ ପହଞ୍ଚି ପାରିଛି ଲିଜା ମାଝି। ଲିଜା ଆଜି ଅନ୍ୟପାଇଁ ଏକ ପ୍ରେରଣା ହୋଇଯାଇଛି । ଆଜି ବିଶ୍ଵ ମହିଳା ଦିବସରେ ଜିଲ୍ଲାପାଳ ସରୋଜ ସାମଲଙ୍କ ହାତରୁ "ରୋଲ ମଡେଲ ଗାର୍ଲ " ଭାବେ ଏକ ସାର୍ଟିଫିକେଟ ସହ ୫ ହଜାର ଟଙ୍କା ପୁରସ୍କାର ରାଶି ଗ୍ରହଣ କରିଛନ୍ତି ।
ଲିଜାର ଅତୀତ କୁ ଦେଖିଲେ ସେ ବାଲ୍ୟ ବିବାହରୁ ଜିଲ୍ଲାପ୍ରଶାସନ ଉଦ୍ଧାର କରି ବ୍ରଜରାଜନଗର ମର୍ସି ମେମୋରିଆଲ ଚିଲଡ୍ରେନ ହୋମରେ ୨ବର୍ଷ ତଳେ ରଖିଥିଲେ । ସେଠାରେ ଏହାର ନିର୍ଦେଶକ ଡ଼ ବିଜୟ ପଟ୍ଟନାୟକଙ୍କ ପ୍ରଚେଷ୍ଟା ଓ ସମ୍ପୂର୍ଣ୍ଣ ସହଯୋଗ ପାଇଁ ସେ ଅତିତକୁ ଭୁଲି ପାଠ ପଡ଼ିଥିଲା। ସେ ମେଟ୍ରିକ ପରୀକ୍ଷା ଦେଇ ପାସ କରିବା ପରେ ଜଣେ ଇଲେଟ୍ରିସିଆନ ହେବାକୁ ଚାହିଁଥିଲା । ଶେଷରେ ଡ଼ ବିଜୟ ପଟ୍ଟନାୟକ ତାଙ୍କୁ ନିଜ ଖର୍ଚରେ ଝାରସୁଗୁଡା ଆଇଟିଆଇରେ ନାମ ଲଖାଇ ଥିଲେ ଓ ତାଙ୍କର ସମସ୍ତ ଖର୍ଚ୍ଚ ବହନ କରିଥିଲେ । ଏଇ କିଛି ମାସ ହେବ ତାଙ୍କୁ ମାସକୁ ୨ ହଜାର ଟଙ୍କାର ସରକାରୀ ସାହାଯ୍ୟ ମିଳୁଛି।
ଏନେଇ ଲିଜାକୁ ପଚରିବାରୁ ଡ. ବିଜୟ ପଟ୍ଟନାୟକ ତାପାଇଁ ବାପା,ମା ବୋଲି କହିଛି। ଆଜି ତାର ପରିବର୍ତନ କେବଳ ଡ଼ ପଟ୍ଟନାୟକ କଂ ଯୋଗୁଁ ସମ୍ଭବ ହୋଇଥିବା କହିଥିଲେ। ଏହି ପୁରସ୍କାର ଜିଲ୍ଲାପାଳ ସରୋଜ ସାମଲ ଙ୍କ ଠାରୁଗ୍ରହଣ ସମୟରେ ମର୍ସି ମେମୋରିଆଲ ଚିଲଡ୍ରେନହୋମର ପରିଚାଳିକା ମଧୁସ୍ମିତା ପଟ୍ଟନାୟକ, ସହ ପରିଚାଲିକା ଜ୍ୟୋତି ରଶ୍ମି ମହାନ୍ତି ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/WhatsApp-Image-2021-03-08-at-21.28.32.jpeg)