ଟିକାଦାନକୁ ନେଇ ଜିଲ୍ଲାରେ ବଢ଼ୁଛି ସମସ୍ୟା: ଟିକାଦାନ କେନ୍ଦ୍ରରେ ନାହିଁନଥିବା ଭିଡ଼, ଆବଶ୍ୟକତାଠାରୁ ଯୋଗାଣ କମ୍‌

ବାରିପଦା : ବାରିପଦାରେ ଟିକାକରଣକୁ ନେଇ ବଢ଼ୁଛି ସମସ୍ୟା। ଟୀକାଦାନ କେନ୍ଦ୍ରରେ ଅସମ୍ଭବ ଭିଡ଼ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରୁଛି। ଏପରିକି ମହାମାରୀରୁ ରକ୍ଷା ପାଇବାକୁ ଆସି କରୋନାର ଶିକାର ହେବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଗତ କିଛି ଦିନ ଧରି ଏପରି ସମସ୍ୟା ଲାଗରହିଥିବା ଅଭିଯୋଗ ହୋଇଛି। ଆବଶ୍ୟକତାଠାରୁ ଯୋଗାଣ କମ୍‌ ଥିବାରୁ ଏପରି ସମସ୍ୟା ଉପୁଜୁଥିବା ଅଭିଯୋଗ ହୋଇଛି। ଆଜି ବାରିପଦା ପିଆରଏମ୍‌ ହସ୍‌ପିଟାଲ ଟିକାଦାନ କେନ୍ଦ୍ରରେ ଭିଡ଼ କାରଣରୁ ଠେଲାପେଲା ଭଳି ପରିସ୍ଥିତି ଉପୁଜିଥିଲା। ଅନ୍‌ଲାଇନରେ ସ୍ଲଟ୍‌ ବୁକିଂ କରିଥିବା ଏବଂ ସିଧାସଳଖ ଆସି ଟିକା ନେବାକୁ ଲୋକମା‌ନେ ପହଞ୍ଚୁଥିବାରୁ ସମସ୍ୟା ହେଉଥିବା ଜଣାପଡ଼ିଛି। ଆଜି ଟିକାଦାନ କେନ୍ଦ୍ରରେ କିଛି ଲୋକ ଧାରଣାରେ ମଧ୍ୟ ବସିଥିଲେ। ସେହିପରି କୋଭିଡ ଟୀକା ନେବାକୁ ଆସି ଲୋକେ ସମାଜିକ ଦୂରତ୍ୱ ଓ ମାସ୍କ ପିନ୍ଧିବାକୁ ମଧ୍ୟ ଭୁଲି ଯାଇଥିବା ଦେଖିବାକୁ ମିଳିଥିଲା। ଭିଡ଼ ନିୟନ୍ତ୍ରଣ କରିବାକୁ ହସ୍‌ପିଟାଲ କର୍ତ୍ତୃପକ୍ଷ ଏକପ୍ରକାର ଫେଲ୍‌ ମାରିଥିବା ଦେଖିବାକୁ ମିଳିଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ସମସ୍ୟାର ତ୍ବରିତ ସମାଧାନ ନିମନ୍ତେ ଦାବି ହୋଇଛି। ନଚେତ୍‌ ଆଗାମୀ ଦିନରେ ଏହା ଗୁରୁତର ରୂପ ଧାରଣ କରିପାରେ ବୋଲି ଅଭିଯୋଗ ହୋଇଛି।

 

ସମ୍ବନ୍ଧିତ ଖବର