ଖୋର୍ଦ୍ଧା: ଖୋର୍ଦ୍ଧା ରୋଟାରୀ କ୍ଲବର ୪୦ତମ ଅଧିଷ୍ଠାନ ଦିବସ ଆଜି ପାଳିତ ହୋଇଯାଇଛି । ସ୍ଥାନୀୟ ମଙ୍ଗଳା ନଗର ଠାରେ ଥିବା ରୋଟାରୀ ଭବନ ଠାରେ ରୋଟାରୀ କ୍ଲବ ଓ ରୋଟ୍ରାକ୍ଟ ପକ୍ଷରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ରୋଟାରୀ କ୍ଲବର ସଦସ୍ୟ, ଇନର ହୁଇଲର ସଦସ୍ୟା ଓ ବାଣପୁର-ବାଲୁଗାଁ କ୍ଲବର ସଦସ୍ୟମାନେ ଉପସ୍ଥିତ ଥିଲେ । ଦେବ ପ୍ରସଦା ମଜୁମଦାର କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ଖୋର୍ଦ୍ଧା କ୍ଲବର ସଭାପତି ମିହିର କୁମାର ମହାନ୍ତି ଅଧ୍ୟକ୍ଷତା କରିଥିଲେ । କ୍ଲବର ଜିଲ୍ଲା ପରିଚାଳକ ପ୍ରଭୁଦତ୍ତ ସୁବୁଦ୍ଧି ମୁଖ୍ୟ ଅତିଥି, ସହକାରୀ ପରିଚାଳକ ଜେ ଲାଖୋଟିଆ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ବୈଜ୍ଞାନିକ ଡ ରାଜ କିଶୋର ପରମଗୁରୁ, ଐତିହାସିକ ସତ୍ୟବାଦୀ ବଳିଆରସିଂହ ଶିକ୍ଷୟିତ୍ରୀ ସୁକାନ୍ତି ଦେବୀ, ବିଜ୍ଞାନ ଶିକ୍ଷକ ବିଭୁପ୍ରସାଦ ସେନାପତିଙ୍କୁ ସମ୍ମାନିତ କରାଯାଇଥିଲା ।

Advertisment

ଏହା ସହ ସେବା ପାଇଁ ଡାକବାଲା, ନର୍ସ, ଅଗ୍ନିଶମ କର୍ମଚାରୀ, କନଷ୍ଟେବଳ ପ୍ରମୁଖଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ ରୋଟାରୀ କ୍ଲବର ପୂର୍ବତନ ସଂପାଦକ ସୁନୀଲ ମହାନ୍ତି, ରୋଟାରାକ୍ଟ କ୍ଲବର ସଭାପତି ଲୋକେଶ ନାୟକ ଓ ସଂପାଦକ ଶ୍ରୀତମ ମହାନ୍ତି ମଂଚାସୀନ ଥିବାବେଳେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ମେଜର କ୍ଷୀରୋଦ ପ୍ରସାଦ ମହାନ୍ତି, ଖୋର୍ଦ୍ଧା ସାହିତ୍ୟ ସଂସଦର ସଭାପତି ଗୋପାଳକୃଷ୍ଣ ଦାସ, ପ୍ରାକ୍ତନ ଅଧ୍ୟକ୍ଷ ଶ୍ରୀକାନ୍ତ ମିଶ୍ର, ଡାକ୍ତର ଅମୀୟ କୁମାର ଜେନାମଣି, ନିରୁପମା ମିଶ୍ର, ନୃସିଂହ ପଟ୍ଟନାୟକ, ମଦନ ମୋହନ ରାମ ପ୍ରମୁଖ ଉପସ୍ଥିତ ଥିଲେ । ଚଳିତ ବର୍ଷ ନାରାୟଣ ଦୋରାଙ୍କୁ ନୂତନ ସଦସ୍ୟ ଭାବେ ମନୋନୀତ କରାଯାଇଥିଲା । ପୂର୍ବତନ ସଭାପତି ଏସ୍ ଆର ମହାନ୍ତି ଓ ତାପସ ବୋଷ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଦିଲୀପ କୁମାର ସାହୁ ଓ ଅନ୍ୟ ସମସ୍ତ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସଂପାଦକ ପ୍ରହଲ୍ଲାଦ ପ୍ରଧାନ ଧନ୍ୟବାଦ ଦେଇଥିଲେ ।