ରାଉରକେଲା : ବାତ୍ୟା ‘ୟାସ୍’ର ପ୍ରଭାବରେ ଗତକାଲିଠୁ ସହ ଓ ଏହାର ଆଖପାଖରେ ଜାରି ରହିଛି ଲଗାଣ ବର୍ଷା। ଅଧପନ୍ତରିଆ ସ୍ବରେଜ କାମ୍, ଡ୍ରେନ୍ ଜାମ ଯୋଗୁଁ କେତେକ ସହରରେ କେତେକ ସ୍ଥାନରେ ବର୍ଷା ଜଳ ନିଷ୍କାସନ ହୋଇ ନ ପାରି କୃତିମ ବନ୍ୟା ସୃଷ୍ଟି ହୋଇଛି। ବସ୍ତି ଓ କଲୋନିରେ ବର୍ଷା ପାଣି ଲହଡି ମାରୁଛି। ଅଧିକାଂଶ ଘରେ ବର୍ଷା ପାଣି ବସିଥିବାରୁ ଲୋକଙ୍କୁ ନାହିଁ ନଥିବା ଅସୁବିଧା ଭୋଗିବାକୁ ପଡିଛି। ପାୱାରହାଉସ୍ ରୋଡ ପ୍ରଧାନକଲୋନିର ଅଧିକାଂଶ ଘରେ ବର୍ଷା ପାଣି ପଶିଛି। ଉବୁଠୁବୁ ହେଉଛି ଶୋଇବାଘର ଠୁ ଆରମ୍ଭ କରି ରୋଷେଇଶାଳ। ସେହିପରି ନୂଆବସ୍ଷ୍ଟାଣ୍ଡ ପଛପାର୍ଶ୍ବ ମଛଲିମାର୍କେଟ ବସ୍ତିରେ ମଧ୍ୟ ସମାନ ସ୍ଥିତି ଉପୁଜିଛି। ଅଧିକାଂଶ ଘରେ ଆଣ୍ଠୁଏ ଲେଖାଏଁ ବର୍ଷା ପାଣି ଜମି ରହିଥିବାରୁ ପରିବାର ଲୋକ ଭୋକ ଉପାସରେ ଦିନ କାଟିଛନ୍ତି। ଅନୁରୂପ ଭାବେ ପାନପୋଆଷ ହକି ଛକରେ ଅଧିକାଂଶ ଦୋକାନରେ ବର୍ଷା ପାଣି ଜମି ରହିଛି। କେତେକ ଦୋକାନରେ ଜିନିଷପତ୍ର ପାଣି ଭିଜି ନଷ୍ଟ ହୋଇଯାଇଛି। ସେପଟେ ପାନପୋଷ ବାଲୁଘାଟର କେତେକ ବସ୍ତି ପାଖକୁ ନଦୀ ଜଳ ଛୁଇଁ ସାରିଲାଣି। ରାତି ତମାମ ବର୍ଷା ଜାରି ରହିଲେ ଏସବୁ ବସ୍ତିକୁ ନଦୀ ଜଳ ପଶିବାର ସମ୍ଭବନା ରହିଛି। ନଦୀ ଜଳ ସ୍ତର ବଢ଼ୁଥିବାରୁ ସ୍ଥାନୀୟ ବାସିନ୍ଦାଙ୍କ ଭିତରେ ଭୟର ବାତାବରଣ ସୃଷ୍ଟି ହୋଇଛି।
ରାଉରକେଲାର କଲୋନି, ବସ୍ତିରେ ପଶିଲା ବର୍ଷା ପାଣି
/sambad/media/post_attachments/wp-content/uploads/2021/05/WhatsApp-Image-2021-05-26-at-21.39.32.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)