ଚାଲିଲା ରାଉରକେଲା-ଜୟନଗର ସ୍ୱତନ୍ତ୍ର ଟ୍ରେନ

ରାଉରକେଲା: ଯାତ୍ରୀଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଦକ୍ଷିଣପୂର୍ବ ରେଳବାଇ ପକ୍ଷରୁ ଆଜିଠାରୁ ରାଉରକେଲା-ଜୟନଗର ସ୍ବତନ୍ତ୍ର ଟ୍ରେନ୍‌ ଚଳାଚଳ ଆରମ୍ଭ କରିଛି l ସୁନ୍ଦରଗଡ ସାଂସଦ ଜୁଏଲ ଓରାମ ପତାକା ଦେଖାଇ ଟ୍ରେନର ଶୁଭାରମ୍ଭ କରିଛନ୍ତି l ଏହି କାର୍ଯ୍ୟକ୍ରମରେ ଚକ୍ରଧରପୁର ମଣ୍ଡଳ ମହାପ୍ରବନ୍ଧକ ବିଜୟ କୁମାର ସାହୁ, ରାଉରକେଲା ବଣିକ ସଂଘର ସଭାପତି ପ୍ରବୀଣ ଗର୍ଗ, ବିଜେପି ବରିଷ୍ଠ ନେତା ନିହାର ରାୟ ଓ ରେଳବାଇର ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ l

ଏହି ଟ୍ରେନ୍‌ ସପ୍ତାହରେ ତିନିଥର ଚାଲିବ। ଆଜି ରାଉରକେଲା ଷ୍ଟେସନରୁ ଏବଂ ୨୬ରେ ଜୟନଗର ଷ୍ଟେସନରୁ ଟ୍ରେନ ଛାଡିବ। ରାଉରକେଲା-ଜୟନଗର (୦୮୬୦୫) ସପ୍ତାହରେ ପ୍ରତ୍ୟେକ ମଙ୍ଗଳବାର, ଗୁରୁବାର ଓ ଶନିବାର ଚାଲିବ। ସେହିପରି ଜୟନଗର- ରାଉରକେଲା ସ୍ବତନ୍ତ୍ର (୦୮୬୦୬) ଜୟନଗର ଷ୍ଟେସନରୁ ସପ୍ତାହର ପ୍ରତ୍ୟହ ବୁଧବାର, ଶୁକ୍ରବାର ଓ ରବିବାର ଛାଡିବ। ସଂଧ୍ୟା ସାଢ଼େ ୭ଟାରୁ ଛାଡି ରାଉରକେଲାରେ ତା’ର ପରଦିନ ଅପରାହ୍ନ ୨ଟା ୩୦ ମିନିଟ୍‌ରେ ପହଞ୍ଚିବ।

ଟ୍ରେନ୍‌ରେ ଦୁଇଟି ଏସି ଟାୟାର, ୬ଟି ସ୍ଲିପର କ୍ଲାସ୍‌, ଚାରିଟି ସାଧାରଣ ଦ୍ବିତୀୟ ଶ୍ରେଣୀ କୋଚ୍‌ ରହିଛି। ଟ୍ରେନ୍‌ ହଟିଆ, ରାଞ୍ଚି, ମୁରି, ବୋକାରୋ ଷ୍ଟିଲ ସିଟି ଆଦି ଷ୍ଟେସନରେ ରହିବ। ଟ୍ରେନ୍‌ରେ ଯାତ୍ରା କରିବା ପୂର୍ବରୁ ଯାତ୍ରୀମାନଙ୍କୁ କୋଭିଡ୍‌ ନିୟମ କଡାକଡି ଭାବେ ପାଳନ କରିବାକୁ ଦକ୍ଷିଣ ପୂର୍ବ ରେଳବାଇ ପକ୍ଷରୁ ନିବେଦନ କରାଯାଇଛି |

ସମ୍ବନ୍ଧିତ ଖବର