ରାଉରକେଲା ଏନ୍‌ଆଇଟି ଲ୍ୟାବ୍‌ରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ

ରାଉରକେଲା: ରାଉରକେଲା ଏନ୍‌ଆଇଟିର କମ୍ପ୍ୟୁଟର ସାଇନ୍ସ ବିଭାଗରେ ଶନିବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମାଗ୍ରୀ ନଷ୍ଟ ହୋଇଯାଇଛି। ତେବେ ଏସି ସଟସର୍କିଟ୍‌ରୁ ଏହି ଅଗ୍ନିକାଣ୍ଡ ଘଟିଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଅଗ୍ନିକାଣ୍ଡ ଘଟିବା ସମୟରେ ଲ୍ୟାବ୍‌ ହଲ ଓ ଆଖପାଖରେ ଧୂଆଁ ଭରି ଯାଇଥିଲା। ଯାହାକୁ ଦେଖି ସେଠାରେ ଥିବା ଛାତ୍ରଛାତ୍ରୀଙ୍କ ଭିତରେ କୋକୁଆ ଭୟ ଖେଳି ଯାଇଥିଲା। ଏନ୍‌ଆଇଟି କର୍ତ୍ତୃପକ୍ଷ ସମସ୍ତଙ୍କୁ ଭୟ ନକରିବା ପାଇଁ କହିଥିଲେ।

ଏହି ଅଗ୍ନିକାଣ୍ଡ ସମ୍ପର୍କରେ ଖବର ପାଇବା ପରେ ଦୁଇଟି ଦମକଳ ଗାଡ଼ି ନିଆଁ ଲିଭାଇବା ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲା। କିଛିସମୟ ପରେ ନିଆଁ ଲିଭି ଯାଇଥିଲା। ଏହି ଅଗ୍ନିକାଣ୍ଡ ପରେ ଏନ୍‌ଆଇଟି କର୍ତ୍ତୃପକ୍ଷ ସମସ୍ତ ବିଦ୍ୟୁତ ଲାଇନ୍‌କୁ ଯାଞ୍ଚ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର