ଯାଜପୁରରେ ଦ୍ୱିତୀୟ ବିରଜା ମନ୍ଦିରକୁ ବିରୋଧ କଲେ ସେବାୟତ, ଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ

ଯାଜପୁର: ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ନାମରେ ଦ୍ୱିତୀୟ ମନ୍ଦିର ନିର୍ମାଣକୁ ନେଇ ଦେଖା ଦେଇଛି  ବିବାଦ । ଯାଜପୁର ରୋଡ ଅଂଚଳରେ ମା’ଙ୍କ ନାମରେ ଏକ ମନ୍ଦିର କରାଯାଇ ପ୍ରତିଷ୍ଠା କରାଯିବାକୁ ଯୋଜନା ହୋଇଛି ।  ଯାହାକି ମା’ ବିରଜା ମନ୍ଦିରର ସେବାୟତ ସମୂହଙ୍କ ପକ୍ଷରୁ ଏହାକୁ ବିରୋଧ କରାଯିବା ସହ  ମୁକ୍ତିମଣ୍ଡପ ସେବାୟତ ପରିଷଦ ପକ୍ଷରୁ  ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

ବିରଜା ମନ୍ଦିର ଭାରତର ପ୍ରମୁଖ ଶକ୍ତିକ୍ଷେତ୍ର ମଧ୍ୟରୁ ଅନନ୍ୟ ହୋଇଥିବା ବେଳେ  ମାଙ୍କ କ୍ଷେତ୍ର ପଂଚ ବ କାର କ୍ଷେତ୍ର  ମଧ୍ୟରେ ପୂଜା ପାଉଛନ୍ତି । ଅନ୍ୟ ସ୍ଥାନରେ ମାଙ୍କ ପୂଜା ଶାସ୍ତ୍ର ବିରୋଧୀ ।  ଏଭଳି ମନ୍ଦିର ପ୍ରତିଷ୍ଠା ହେଲେ ହିନ୍ଦୁମାନଙ୍କ ମଧ୍ୟରେ ଧର୍ମୀୟ ଭାବନାରେ ଆଘାତ ହେବ ।  ତେଣୁ ଏହାକୁ ବନ୍ଦ କରିବାକୁ ସେବାୟତଙ୍କ ପକ୍ଷରୁ ଦାବି ଦିଆଯାଇଛି । ଏନେଇ ଦରକାର ପଡିଲେ ମାନ୍ୟବର ହାଇକୋର୍ଟଙ୍କ ସହାୟତା ଲୋଡାଯିବ ବୋଲି ସେବାୟତ ପରିଷଦ ମୁଖ୍ୟ ଦେବୀ ପ୍ରସାଦ ପାଣି କୁହିଛନ୍ତି। ଅନ୍ୟ ପଟେ ଏନେଇ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳଙ୍କୁ  ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା ଜିଲ୍ଲାପାଳ ଚକ୍ରବର୍ତୀ ସିଂ ରାଠୋର ସୂଚନା ଦେଇଛନ୍ତି । ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର