ରାଉରକେଲା: ରାଉରକେଲାକୁ ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା ପ୍ରଦାନ ସହିତ ରାଉରକେଲାଠାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଆଜି ରାଉରକେଲା ବନ୍ଦ ଡାକରା ଦେଇଛି ରାଉରକେଲା ଓକିଲ ସଂଘ। ଓକିଲ ସଂଘର ବନ୍ଦ ଡାକରା ପରିପ୍ରେକ୍ଷୀରେ ସମଗ୍ର ରାଉରକେଲାରେ ଆଜି ସକାଳ ୬ଟାରୁ ଏହି ବନ୍ଦ ପାଳିତ ହେଉଛି ।ସନ୍ଧ୍ୟା ୬ଟା ଯାଏ ଦିଆଯାଇଥିିବା ଏହି ୧୨ ଘଣ୍ଟିଆ ବନ୍ଦ ପାଳନ ଡାକରା ଯୋଗୁଁ ରାଉରକେଲା ଦେଇ ଯାଇଥିିବା ଜାତୀୟ ରାଜପଥର ଉଭୟ ପାର୍ଶ୍ୱରେ ଶହଶହ ସଂଖ୍ୟାରେ ଟ୍ରକ, କାର ପ୍ରଭୃତି ଅଟକି ରହିଛି।
/sambad/media/post_attachments/wp-content/uploads/2018/11/rkl-1-1-300x230.jpg)
ଆଜି ସକାଳୁ ରାଉରକେଲା ଓକିଲ ସଂଘ ପକ୍ଷରୁ ପାନପୋଷ ଛକ, ବିଶ୍ରା ଛକ, ଟ୍ରାଫିକ ଟାଓ୍ଵାର ଛକ, ସେକ୍ଟର ୭-୧୭ ଛକ, ଛେଣ୍ଡ କଲୋନି ଛକ, ଆମ୍ବାଗନା ଛକ, ଫର୍ଟିଲାଇଜର ରଙ୍ଗିଲା ଛକ ଓ ବେଦବ୍ୟାସ ଛକରେ ବନ୍ଦ ପାଳନ କରାଯାଉଛି। ଫଳରେ ଯାନବାହନ ଚଳାଚଳ ବନ୍ଦ ରହିଥିବା ବେଳେ ଦୋକାନବଜାର ମଧ୍ୟ ବନ୍ଦ ରହିଛି। ଓକିଲ ସଂଘର ଏହି ବନ୍ଦ ଡାକରାକୁ ବିଭିନ୍ନ ରାଜନୈତିକ ଦଳ ,ବଣିକ ସଂଘ ସମର୍ଥନ କରୁଛନ୍ତି। ବନ୍ଦ ଯୋଗୁଁ ସ୍କୁଲ କଲେଜ ସହିତ ବିଭିନ୍ନ ସରକାରୀ ପ୍ରତିଷ୍ଠାନ ମଧ୍ୟ ବନ୍ଦ ରହିଥିବା ଜଣାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/11/rkl-10.jpg)