ଢେଙ୍କାନାଳ: ସହରର ମୁଖ୍ୟ ଷ୍ଟେଟ୍ ବ୍ୟାଙ୍କ ସମ୍ମୁଖରୁ ଆଜି ମଧ୍ୟାହ୍ନରେ ଜଣେ ଟ୍ରାଭେଲ୍‌ସ କର୍ମଚାରୀଙ୍କ ଗାଡି ଡିକିରୁ ୧ଲକ୍ଷ ୮୦ ହଜାର ଟଙ୍କା ଲୁଟ୍ ହୋଇଯାଇଛି । ଖବର ପାଇ ଟାଉନ୍ ଥାନା ପୁଲିସ୍ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିଲେ । ତେବେ ସଂଧ୍ୟାସୁଦ୍ଧା ସେ ସଂପର୍କରେ ପୁଲିସ୍‌ରେ କୌଣସି ଅଭିଯୋଗ ହୋଇନଥିବା ଜଣାଯାଇଛି ।

Advertisment

ମିଳିଥିବା ସୂଚନା ଅନୁଯାୟୀ, ସହରର ଆଇନ୍‌ ମହାବିଦ୍ୟାଳ ନିକଟସ୍ଥ ଗୋପାଳ ଟ୍ରାଭେଲସର କର୍ମଚାରୀ ବିଚିତ୍ରାନନ୍ଦ ମହାନ୍ତି ଟ୍ରାଭେଲ୍ସରୁ ୧ଲକ୍ଷ ୩୦ହଜାର ଟଙ୍କା ଏବଂ ୟୁକୋ ବ୍ୟାଙ୍କରୁ ୫୦ ହଜାର ଟଙ୍କା ଉଠାଇ ନିଜ ଡିକିରେ ରଖିଥିଲେ । ସେ ଷ୍ଟେଟ୍‌ବ୍ୟାଙ୍କ ମୁଖ୍ୟଶାଖା ସମ୍ମୁଖରେ ନିଜର ବାଇକ୍‌କୁ ରଖି ଏକ ଚେକ୍ ଡିପୋଜିଟ୍ ପାଇଁ ଷ୍ଟେଟ୍ ବ୍ୟାଙ୍କକୁ ଯାଇଥିଲେ । ତଳକୁ ଫେରିବା ପରେ ତାଙ୍କ ଡିକିରେ ଟଙ୍କା ନଥିବା ଦେଖିଥିଲେ । ଖବର ପାଇ ଟାଉନ୍ ଥାନା ପୁଲିସ୍ ଘଟଣା ସ୍ଥଳରେ ପହଂଚି ସ୍ଥାନୀୟ ଅଂଚଳ ଏବଂ ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜ୍‌କୁ ଯାଂଚ କରିଥିଲେ । ତେବେ ସଂଧ୍ୟା ସୁଦ୍ଧା ଘଟଣା ସଂପର୍କରେ ପୁଲିସ୍‌ରେ କୌଣସି ଅଭିଯୋଗ ହୋଇନଥିବା ଟାଉନ୍ ଥାନା ଅଧିକାରୀ ସୌଭାଗ୍ୟ ରଂଜନ ସ୍ୱାଇଁ ପ୍ରକାଶ କରିଛନ୍ତି ।