ବୌଦ୍ଧ: ଶୁକ୍ରବାର ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ବୌଦ୍ଧ ବ୍ଲକ୍ ଆମ୍ବଝରୀ ପଞ୍ଚାୟତ ଗଣ୍ଡିସର ଓ ସୁନାଝରୀ ଗ୍ରାମ୍ୟ ଜଙ୍ଗଲରେ ଚଢ଼ଉ କରାଯାଇ ୬୩ ଏକର୍ରେ ହୋଇଥିବା ଗଂଜେଇ ଚାଷ ନଷ୍ଟ କରାଯାଇଛି। ବିଭାଗର ସୂଚନା ଅନୁଯାୟୀ ମୋଟ୍ ୧ଲକ୍ଷ ୮୯ ହଜାର ଗଂଜେଇ ଗଛ ନଷ୍ଟ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ୧୮କୋଟି ୯୦ଲକ୍ଷ ଟଙ୍କା ହେବ। ଅବକାରୀ ଅଧୀକ୍ଷକ କ୍ରୀଷ୍ଣା ନାଏକଙ୍କ ତତ୍ବାବଧାନରେ ଜିଲ୍ଲା ଅବକାରୀ ଇନ୍ସପେକ୍ଟର ବିଜୟ ଧରୁଆଙ୍କ ନେତୃତ୍ବରେ ଚଢ଼ଉ ହୋଇଥିଲା। ମାଜିଷ୍ଟ୍ରେଟ୍ ସତ୍ୟଜିତ୍ ମହାପାତ୍ରଙ୍କ ଉପସ୍ଥିତିରେ ମନମୁଣ୍ଡା ଓଏସ୍ଆଇ (ଏକ୍ସାଇଜ୍) ରମେଶ ଚନ୍ଦ୍ର ମହାନ୍ତି, ଏଏସ୍ଆଇ କିଶୋର ଚନ୍ଦ୍ର ନାୟକ, ଏଏସ୍ଆଇ ରୂପେଶ ମାଝୀ, ପ୍ରିୟରଞ୍ଜନ କହଁର, ଅଞ୍ଜଳି ଅମାତ, ନବୀନ ଡାଙ୍ଗ ପ୍ରମୁଖ ସାମିଲ୍ ଥିଲେ।
୧.୮୯ ଲକ୍ଷ ଗଂଜେଇ ଗଛ ପୋଡ଼ିଲା ଅବକାରୀ ବିଭାଗ
/sambad/media/post_attachments/wp-content/uploads/2020/12/549f7814-4e5a-461d-8189-0ccf9ca98fd0.jpg)