୮ ବାଲି ଓ ମାଟି ବୋଝେଇ ଟ୍ରାକ୍ଟରରୁ ୧ ଲକ୍ଷ ୨୦ ହଜାର ଜରିମାନା

ବାଲିଅନ୍ତା: ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ତହସିଲ ପ୍ରାଶସନ ପକ୍ଷରୁ ଗତକାଲି ପୃଥକ ପୃଥକ ସ୍ଥାନରେ ଚଢ଼ଉ କରାଯାଇ ୮ଟି ଟ୍ରାକ୍ଟର  ଜବତ କରାଯାଇଥିଲା । ଟ୍ରାକ୍ଟର ପିଛା ୧୫ ହଜାର ଲେଖାଏଁ ଜରିମାନା ଅସୁଲ ହୋଇଥିବା ତହସିଲ ପ୍ରଶାସନ ପକ୍ଷରୁ କୁହାଯାଇଛି । ଗତକାଲି ତହସିଲଦାର ସରୋଜ କୁମାର ପଣ୍ଡାଙ୍କ ନେତୃତ୍ବରେ ବାଲିଅନ୍ତା ପଞ୍ଚାୟତ ଅଧୀନ ଭୁବନପୁର ରାସ୍ତାରେ ଚଢ଼ଉ କରି ଦୁଇଟି ବାଲିବୋଝେଇ ଟ୍ରାକ୍ଟର ଓ ଝିଣ୍ଟିଶାସନ ପଞ୍ଚାୟତ ଅଞ୍ଚଳରେ ଚଢ଼ଉ କରି ୬ଟି ମାଟିବୋଝେଇ ଟ୍ରାକ୍ଟର ଜବତ କରାଯାଇଥିଲା । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଧବଳାହାରସ୍ଥିତ କୁଆଖାଇ ନଦୀପଠାରୁ ପ୍ରତିଦିନ ଅନେକ ଭାରୀଜାନ ସରକାରୀ ଜାଗାରୁ ମାଟି ଚୋରି କରି ଚାଲାଣ କରୁଥିବା ଅଭିଯୋଗ ହେଉଛି । ଏଦିଗରେ ତହସିଲଦାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି ।

ସମ୍ବନ୍ଧିତ ଖବର