ଖୋର୍ଦ୍ଧା: ଅର୍ଥ ଲଗାଣକାରୀ ସଂସ୍ଥାର ଏଜେଣ୍ଟଙ୍କୁ ମଝି ରାସ୍ତାରେ ହାଣି ଲକ୍ଷେ ଟଙ୍କା ଲୁଟ ଅଭିଯୋଗ

ବେଗୁନିଆ: ଅର୍ଥ ଲଗାଣକାରୀ ସଂସ୍ଥାର ଏଜେଣ୍ଟଙ୍କୁ ମଝି ରାସ୍ତାରେ ହାଣି ଦୁର୍ବୃତ୍ତମାନେ ବୁଧବାର ଲକ୍ଷେ ଟଙ୍କା ଲୁଟି ନେଇଥିବା ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ ଥାନା ଅନ୍ତର୍ଗତ ବାଙ୍କୋଇ ପାଣ୍ଡିରେ ଅଭିଯୋଗ ହୋଇଛି। ସୂଚନା ଅନୁସାରେ ଖାରଡପଲି-ଠଣାପାଲି ରାସ୍ତାରେ ଜାତୀୟ ରାଜପଥ ଠାରୁ ମାତ୍ର ୪ କିଲୋମିଟର ଦୂରରେ ଆଜି ଅପରାହ୍ଣରେ ଏହି ଘଟଣା ଘଟିଛି। ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥା ଏଜେଣ୍ଟ ଦିବ୍ୟ ପ୍ରସାଦ ସାହୁ ଲୋକଙ୍କ ଠାରୁ ଟଙ୍କା ସଂଗ୍ରହ କରି ଫେରୁଥିବା ବେଳେ ୪ ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ଟାର୍ଗେଟ କରିଥିଲେ।

ରିପୋର୍ଟ ଅନୁସାରେ ଅର୍ଥ ଲଗାଣକାରୀ ସଂସ୍ଥା ‘ଅନ୍ନପୂର୍ଣ୍ଣା ଫାଇନାନ୍ସ’ର ଏଜେଣ୍ଟ ଲୋକଙ୍କ ଠାରୁ ଟଙ୍କା ସଂଗ୍ରହ କରି ଘରକୁ ଫେରୁଥିଲେ। ଏହି ସମୟରେ ରାସ୍ତା ଶୁନଶାନ ସୁଯୋଗ ଦେଖି ୨ଟି ବାଇକ୍‌ରେ ୪ ଜଣ ଦୁର୍ବୃତ୍ତ ଆସିଥିଲେ। ସେମାନେ ଜୋରଜବରଦସ୍ତି ବ୍ୟାଗ ଛଡାଇ ନେବାକୁ ଉଦ୍ୟମ କରିଥିଲେ। ମାତ୍ର ଏହା ସହଜ ନହେବାରୁ ଧାରୁଆ ଅସ୍ତ୍ରରେ ହାଣି ଟଙ୍କା ଲୁଟ୍‌ କରି ସେଠାରୁ ଖୋର୍ଦ୍ଧା ଅଭିମୁଖେ ଚମ୍ପଟ ମାରିଥିଲେ। ପରେ ସ୍ଥାନୀୟ ଲୋକଙ୍କ ସହାୟତରେ ବି.କେ. ପ୍ରସାଦ ସାହୁଙ୍କୁ କଳାପଥର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର