ଝାରସୁଗୁଡ଼ା: ଟାଉନ ଥାନା ଅନ୍ତର୍ଗତ ବାଇପାସ ରାସ୍ତା ସଂଜୀବନୀ ହସପିଟାଲ ନିକଟରେ ଗୁରୁବାର ଅପରାହ୍ନରେ ଜଣେ ବ୍ୟବସାୟୀଙ୍କଠାରୁ ୧୦ ଲକ୍ଷ ୪୫ ହଜାର ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି।
ମିଳିଥିବା ସୂଚନା ଅନୁସାରେ ଦୁର୍ବୃତ୍ତମାନେ ଏକ ହୋଲସେଲ ଦୋକାନରେ ଏହାର ମାଲିକଙ୍କୁ ବନ୍ଧୁକ ଦେଖାଇ ୧୦ ଲକ୍ଷ ୪୫ ହଜାର ଟଙ୍କା ଲୁଟି ନେଇଛନ୍ତି। ଆଜି ଅପରାହ୍ନ ୩ ଟାରେ ଏକ କଳା ପଲସର ବାଇକରେ ଦୁଇଜଣ ମୁଖାପିନ୍ଧା ଲୁଟେରା ଶ୍ରେୟା ଟ୍ରେଡ଼ର୍ସରେ ପହଞ୍ଚି ଥିଲେ। ସେମାନେ ଦୋକାନ ମାଲିକ ଶଙ୍କର କେଡ଼ିଆଙ୍କୁ ବନ୍ଧୁକ ଦେଖାଇ ଦୋକାନ କାଉଣ୍ଟରରେ ଥିବା ୧୦ ଲକ୍ଷ ୪୫ ହଜାର ଟଙ୍କା ଲୁଟି ନେଇ ଆଖି ପିଛୁଳାକେ ସେଠାରୁ ଫେରାର ହୋଇଯାଇଥିଲେ।
ଲୁଟ୍ ଘଟଣା ପରେ ଖବର ପାଇ ଝାରସୁଗୁଡ଼ା ଏସ୍ପି ଅଶ୍ୱିନୀ ମହାନ୍ତି, ଏସ୍ଡ଼ିପିଓ କୈଳାଶ ଆଚାର୍ଯ୍ୟ, ଆଇଆଇସି ସାବିତ୍ରୀ ବଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପୁଲିସ ବିଭିନ୍ନ ରାସ୍ତାକୁ ତୁରନ୍ତ ସିଲ କରି ବାଇକ ଯାଞ୍ଚ କରୁଛି। ଖବର ଲେଖାଯିବା ପର୍ଯ୍ୟନ୍ତ ପୁଲିସ ଏହି ଘଟଣା ସହିତ ଜଡ଼ିତ କୌଣସି ଅଭିଯୁକ୍ତକୁ ଧରିବାରେ ସଫଳ ହୋଇନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/JSG.jpg)