ଯାଜପୁର: ଫ୍ଲାଇଂ ସ୍କ୍ଵାର୍ଡ କାରରୁ ଜବତ କଲା ୧୪ ଲକ୍ଷ ଟଙ୍କା, ଡ୍ରାଇଭର ଅଟକ

ଯାଜପୁର: ଫ୍ଲାଇଂ ସ୍କ୍ଵାର୍ଡ ଓ ସୁକିନ୍ଦା ପୁଲିସ ଶନିବାର ଗାଡ଼ି ଯାଞ୍ଚ ବେଳେ ଶନିବାର ୧୪ ଲକ୍ଷ ଟଙ୍କା ଜବତ କରିଛି। ସୂଚନା ଅନୁସାରେ ଯାଜପୁର ଜିଲ୍ଲାର ସୁକିନ୍ଦା ଥାନା ଅନ୍ତର୍ଗତ ଗରାମିଆ ରେଙ୍ଗାଲି କେନାଲ ବନ୍ଧ ରାସ୍ତା ଦେଇ ଯାଉଥିବା ଏକ କାର ଉପରେ ସନ୍ଦେହ ହେବାରୁ ସ୍କ୍ଵାର୍ଡ ଯାଞ୍ଚ କରିଥିଲା। ଟଙ୍କା ଜବତ କରି ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି। ପୁଲିସ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର