ନୂଆପଡ଼ା: ଠକେଇ ପାଇଁ ଠକମାନେ ଅଭିନବ ଉପାୟ ବାହାର କରୁଛନ୍ତି। ନୂଆପଡ଼ା ଜିଲ୍ଲାରେ ଜଣେ ଠକ ମୋବାଇଲ ସିମ୍ ନେଇ ୧୫ ଲକ୍ଷ ଟଙ୍କା ଠକେଇ କରିଛି। ଲୋକଙ୍କୁ ଠକି ଟଙ୍କା ହଡ଼ପ କରୁଥିବା ଜଣେ ଠକ ଯୁବକକୁ ଆଜି ଖଡ଼ିଆଳ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଠକ ଯୁବକ ଜଣକ ହେଛଛି ଖଡ଼ିଆଳ ବ୍ଲକ ତୁକଲା ଗ୍ରାମ ପଞ୍ଚାୟତର ଖଇର ଭାଡ଼ି ଗ୍ରାମର ବେଦପତି ଠେଲା।
ଖବର ଅନୁସାରେ ଖଡ଼ିଆଳ ଥାନା ଗୋଇମୁଣ୍ଡି ଗାଁର ଦିବ୍ୟାଙ୍ଗ ଶିକ୍ଷକ ମକରଧ୍ୱଜ କାଣ୍ଡ ଓ ଖଡ଼ିଆଳ ନିକଟସ୍ଥ ଲୋହରାପାଲି ଗ୍ରାମର କ୍ଷୀର ନାୟକଙ୍କ ସହ ବେଦପତି ପ୍ରଥମେ ସୁସଂପର୍କ ସ୍ଥାପନ ଯୋଡିଥିଲେ। ପରେ ସେମାନଙ୍କ ମୋବାଇଲରୁ ସିମକୁ ନେଇ ନିଜ ମୋବାଇଲରେ ଲଗାଇ ପର୍ଯ୍ୟାୟକ୍ରମେ ନିଜ ଆକାଉଣ୍ଟକୁ ମକରଧ୍ଵଜ କାଣ୍ଡଙ୍କ ଆକାଉଣ୍ଟରୁ ୬ ଲକ୍ଷ ୧୩ହଜାର ଟଙ୍କା ଓ କ୍ଷୀର ନାୟକଙ୍କ ଆକାଉଣ୍ଟରୁ ୯ ଲକ୍ଷ ପଚାଶ ହଜାର ଟଙ୍କା ନେଇ ଯାଇଥିଲେ ଓ ସିମକୁ ଫେରାଇ ଦେଇଥିଲେ। ମକରଧ୍ୱଜ କାଣ୍ଡ ଓ କ୍ଷୀର ନାୟକ ପରେ ନିଜ ଏକାଉଣ୍ଟରୁ ଟଙ୍କା ଗାଏବ ହୋଇଥିବା ଓ ବେଦପତି ଠେଲା ନେଇଥିବା ଜାଣି ପାରିଥିଲେ।
ଏନେଇ ଖଡ଼ିଆଳ ଥାନାରେ ଅଭିଯୋଗ ପରେ ଖଡ଼ିଆଳ ପୁଲିସ ତଦନ୍ତ କରି ବେଦପତି ଠେଲାଙ୍କୁ ଗିରଫ କରିବା ସହ ତା' ଠାରୁ ଏକ ସୁନା ଚେନ, ଏକ ଫ୍ରିଜ, କୁଲର, ଦୁଇଟି ସେଲିଂ ପଙ୍ଖା, ଏକ ଟଙ୍କା ଉଠାଣକାରୀ ସ୍ୱିପ ମସିନ ଜବତ କରିଥିବା ଖଡ଼ିଆଳ ଏସ ଡି ପି ଓ ପ୍ରକାଶ କରିବା ସହ ପୋଲିସ ଅଧିକ ତଦନ୍ତ ଜାରି ରଖିଥିବା ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/b5ebcab9-0b5a-4dd8-b372-48fe194ff7df.jpg)