ରାଉରକେଲା: ପ୍ରଶାସନ ପକ୍ଷରୁ ବିଭିନ୍ନ ବଜାର, ମାର୍କେଟ କଂପ୍ଲେକ୍ସ ଆଦି ଅଞ୍ଚଳ ବୁଲି ଲୋକଙ୍କୁ ସଚେତନ କରାଯାଉଛି। ମାସ୍କ ବ୍ୟବହାର ସମେତ ସାମାଜିକ ଦୂରତ୍ବ ବଜାୟ ରଖିବାକୁ ପରାମର୍ଶ ଦିଆଯାଉଛି। ତେବେ ଅମାନିଆଙ୍କ ବିରୋଧରେ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ବି ଆରମ୍ଭ ହୋଇଯାଇଛି। କୋଭିଡ୍ ନିୟମ ଉଲ୍ଲଂଘନକାରୀଙ୍କଠାରୁ ପୂର୍ବାପେକ୍ଷା ଦୁଇ ଗୁଣ ଅଧିକ ଜରିମାନା ଆଦାୟ କରାଯାଉଛି। ରାଉରକେଲାରେ ଏହି ଜରିମାନା ଆଦାୟ ପ୍ରକ୍ରିୟା ଗତ ୬ ତାରିଖରୁ ଆରମ୍ଭ ହୋଇଛି।
ଗତ ୩ ଦିନ ଭିତରେ ୪୯୬ ଜଣ ନିୟମ ଉଲ୍ଲଂଘନକାରୀଙ୍କଠାରୁ ୨ ଲକ୍ଷ ୩୭ ହଜାର ୯ଶହ ଟଙ୍କା ଜରିମାନା ଆଦାୟ କରାଯାଇଛି। ଗତ ୬ ତାରିଖରେ ୧୯୯ ଜଣ ନିୟମ ଉଲ୍ଲଂଘନକାରୀଙ୍କଠାରୁ ୯୦,୬୦୦ ଶହ ଟଙ୍କା, ୭ ତାରିଖରେ ୨୨୪ ଜଣଙ୍କଠାରୁ ୧ ଲକ୍ଷ ୧୧ ହଜାର ୪ଶହ ଟଙ୍କା ଓ ଗତ ୮ ତାରିଖରେ ୭୩ ଜଣ ନିୟମ ଉଲ୍ଲଂଘନକାରୀଙ୍କଠାରୁ ୩୫,୯୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି। କଡ଼ାକଡ଼ି ଯାଞ୍ଚ ପରେ ନିୟମ ଉଲ୍ଲଂଘନକାରୀଙ୍କ ଉପରେ ଅଙ୍କୁଶ ଲାଗିଛି ସତ, ମାତ୍ର ଏମାନେ ସଂପୂର୍ଣ୍ଣଭାବେ ଆୟତ୍ତକୁ ଆସିପାରିନାହାନ୍ତି। ଯଦ୍ବାରା ବିଭିନ୍ନ ଅଞ୍ଚଳରେ ଏବେ ବି ଲୋକଙ୍କ ଭିଡ଼ ଦେଖିବାକୁ ମିଳୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/c4028365-84d0-41d2-8e5b-8b2b3713ed5e.jpg)