ଗୋଟିଏ ଦୋକାନରୁ ଦୁଇଥର ଚୋରି, ଲୁଟିନେଲେ ଅଢ଼େଇ ଲକ୍ଷ ଟଙ୍କାର ସାମଗ୍ରୀ

ରାଉରକେଲା: ଗୋଟିଏ ଦୋକାନରୁ ସପ୍ତାହରେ ଦୁଇ ଥର ଚୋରି। ଦୋକାନ ଭାଙ୍ଗି ଲୁଟି ନେଇଛନ୍ତି ଲକ୍ଷାଧିକ ଟଙ୍କାର ୱେଲ୍ଡିଂ ମେସିନ୍‌ ଓ ଅନ୍ୟାନ୍ୟ ଜିନିଷ। ଦୋକାନ ମାଲିକ ସାହାବୁଦ୍ଦିନ୍‌ ଅନ୍‌ସାରୀ ଦୁଇଥର ବନ୍ଧମୁଣ୍ଡା ଥାନାରେ ଲିଖିତ ଏତଲା ଦେଇଛି। ପୁଲିସ ଆଜି ପର୍ଯ୍ୟନ୍ତ ଚୋରକୁ ଧରିବାରେ ବିଫଳ ହୋଇଛି। ଏମିତି ଘଟଣା ଘଟିଛି ବନ୍ଧମୁଣ୍ଡା ଡି ସେକ୍ଟର ମୁଖ୍ୟ ମାର୍କେଟରେ। ସାହାବୁଦ୍ଦିନଙ୍କର ଏକ ୱେଲ୍‌ଡିଂ ଗ୍ରୀଲ୍‌ ଦୋକାନ ରହିଛି। ଗତ ଗୁରୁବାର ରାତିରେ କିଛି ଦୁର୍ବୃତ୍ତ ଦୋକାନ ଭାଙ୍ଗି ଭିତରକୁ ପଶିଥିଲେ। ପ୍ରାୟ ଲକ୍ଷେ ଟଙ୍କାର ୱେଲ୍‌ଡିଂ ମେସିନ୍‌ ଚୋରି କରି ନେଇଥିଲେ।

ଶନିବାର ଦିନ ଦୋକାନ ମାଲିକ ଏ ସଂକ୍ରାନ୍ତରେ ବନ୍ଧମୁଣ୍ଡା ଥାନାରେ ଲିଖିତ ଏତଲା ଦେଇଥିଲେ। ପୁଣି ଗତକାଲି ରାତିରେ ସେହି ଦୋକାନରୁ ସମାନଧରଣର ଚୋରି ହୋଇଛି। ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କାର ଜିନିଷ ଚୋରି କରି ଫେରାର ହୋଇଯାଇଛନ୍ତି। ସେପଟେ ଗୋଟିଏ ଦୋକାନରୁ ସପ୍ତାହର ଦୁଇ ଦୁଇଥର ଚୋରି ହେବାକୁ ନେଇ ପୁଲିସର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ଛିଡା କରିଛି। ପୁଲିସର ଢ଼ିଲା ସୁରକ୍ଷା ବ୍ୟବସ୍ଥା, ରାତ୍ରୀକାଳୀନ ପେଟ୍ରୋଲିଂ କଡାକଡି ନେଉ ଥିବାରୁ ବାରମ୍ବାର ଏମିତି ଚୋରି ହେଉଛି ବୋଲି  ବ୍ୟବସାୟୀମାନେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର