ବ୍ୟାଙ୍କରୁ ୨ ଲକ୍ଷ ଟଙ୍କା ଉଠାଇ ଘରକୁ ଫେରୁଥିବା ବେଳେ ଲୁଟ ଅଭିଯୋଗ

ଅଭିଯୁକ୍ତକୁ ଧରିବା ନିମନ୍ତେ ପୁଲିସ୍‌ର ଛାନ୍‌ଭିନ୍‌ ଜାରି

ବାରିପଦା: ଆଜି ବାରିପଦା ପୌରପରିଷଦର ଓ୍ୱାର୍ଡ଼ ନମ୍ବର ୧୪ ତୁଳସୀଚଉରା ଅଂଚଳର ପ୍ରତାପ ମୁଖୀ ନାମରେ ଜଣେ ବ୍ୟକ୍ତି ଅପରାହ୍ନ ଅଢ଼େଇଟା ସମୟରେ ଲୁଟର ଶିକାର ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ପ୍ରତାପ ବାରିପଦାସ୍ଥିତ ଏସ୍‌ବିଆଇ ମୁଖ୍ୟ ଶାଖାରୁ ଦୁଇ ଲକ୍ଷ ଟଙ୍କା ଉଠାଇ ଘରକୁ ଫେରୁଥିବା ବେଳେ ଟ୍ରେନ ଲାଇନ ପଡ଼ିଆ ନିକଟରେ ଲୁଟର ଶିକାର ହୋଇଥିଲେ। ଦୁଇ ଜଣ ଯୁବକ ପଲସର ଏନଏକ୍ସ ବାଇକରେ ଆସି ପ୍ରତାପଙ୍କ ମୁଣ୍ଡରେ ଆକ୍ରମଣ କରି ହାତରେ ଥିବା ଟଙ୍କା ଭର୍ତ୍ତି ବ୍ୟାଗକୁ ଛଡ଼ାଇ ନେଇ ତଖତପୁର ଦିଗରେ ପଳାଇଯାଇଥିଲେ। ବାଇକରେ ଆସିଥିବା ଯୁବକମାନଙ୍କ ମଧ୍ୟରେ ଜଣେ ଧଳା ରଙ୍ଗର ସାର୍ଟ ପିନ୍ଧି ଥିବାର ଅଭିଯୋଗକାରୀ ଦେଖିଥିବା ବେଳେ ଅନ୍ୟ ଜଣକୁ ଠିକ୍ ଭାବେ ଦେଖିପାରି ନ ଥିଲେ। ଉକ୍ତ ଘଟଣାକୁ ନେଇ ପ୍ରତାପ ବାରିପଦା ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏହାକୁ ନେଇ ଥାନାରେ ଏକ ମାମଲା ରୁଜୁ କରାଯିବା ପରେ ପୁଲିସ ପକ୍ଷରୁ ଅଭିଯୁକ୍ତ ଯୁବକକୁ ଧରିବା ନିମନ୍ତେ ତଲାସୀ ଜାରି ରହିଛି।

ତେବେ ବ୍ୟାଙ୍କରୁ ଟଙ୍କା ଉଠାଇ ଫେରିବା ରାସ୍ତାରେ ଲୁଟର ଶିକାର ହେବା ନୂଆ ଘଟଣା ନୁହେଁ। ବିଭିନ୍ନ ସମୟରେ ବାରିପଦା ପୌରପରିଷଦରେ ଏହି ପ୍ରକାରର ଘଟଣାର ପୁନଃରାବୃତ୍ତି ହେବାରେ ଲାଗିଥିବା ସମୟରେ ଏହାକୁ ରୋକିବା କ୍ଷେତ୍ରରେ ପୁଲିସ ବିଭାଗ ବିଫଳ ହୋଇଛି। ଫଳରେ ପୁଲିସ ବିଭାଗକୁ ବିଭିନ୍ନ ମହଲରୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଛି।

ତେବେ ଗତ ଡ଼ିସେମ୍ବର ୮ରେ ବାରିପଦା ଟାଉନ ଥାନା ଅ‘ର୍ଗତ ମୁର୍ଗାବାଡ଼ି-ଦେଉଳି ରାସ୍ତାରେ ଏକ ବିଶିଷ୍ଟ ବ୍ୟବସାୟୀଙ୍କୁ ବନ୍ଧୁକରେ ଆକ୍ରମଣ କରି ଟଙ୍କା ଲୁଟ ଘଟଣାରେ ପୁଲିସ ର୍ବମାନ ପର୍ଯ୍ୟନ୍ତ ଅପରାଧୀମାନଙ୍କର କୌଣସି ସୁରକା ପାଇ ପାରି ନାହିଁ। ସେହିପରି ଡ଼ିସେମ୍ବର ୧୪ରେ ମା ଓ ମାଉସୀ ସ୍କୁଟିରେ ପୁଅକୁ ଧରି ଯାଉଥିବା ସମୟରେ ସେମାନଙ୍କ ନିକଟରୁ ପୁଅକୁ ଛଡ଼ାଇ ନେଇ ତଣ୍ଟି ଚିପି ମାରିଦେବାର ଧମକ ଦେଇ ମା ଓ ମାଉସୀ ନିକଟରୁ ସୁନା ଅଳଙ୍କାର ଲୁଟ ଏବଂ ଜାନୁଆରି ୭ରେ ମୟୂରଭଂଜ ଜିଲ୍ଲା ଶୁଳିଆପଦା ଥାନା ଅନ୍ତର୍ଗତ ଭାରବାଡ଼ି ଗ୍ରାମର ଦୀନକୃଷ୍ଣ ମାହାନା ବାଲିଆପାଳ ନିଜ ଶଢ଼ୁଙ୍କ ଘରକୁ ସ୍ତ୍ରୀ ଓ ପିଲାଛୁଆମାନଙ୍କୁ ଧରି କାରରେ ସପରିବାର ଯାଉଥିବା ବେଳେ ବାରିପଦା-ଚିତ୍ରଡ଼ା ରାସ୍ତାର ବାଘୁଆଶୋଳ ଛକ ନିକଟରେ କାରକୁ ଅଟକାଇ ରିଭଲଭରରେ ଆକ୍ରମଣ କରି ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ ଘଟଣାରେ ଅଭିଯୁକ୍ତମାନଙ୍କୁ ଧରିବାରେ ପୁଲିସ ସଫଳ ହୋଇ ପାରିନାହିଁ।

ସମ୍ବନ୍ଧିତ ଖବର