ମାତିଲେ ଲୁଟେରା: ଫାଇନାନ୍‌ସ କଂପାନି କର୍ମଚାରୀଙ୍କ ଠାରୁ ୨ ଲକ୍ଷ ଲୁଟ, ମହିଳାଙ୍କ ଡିକି ଭାଙ୍ଗି ୪୦ ଲକ୍ଷ ଟଙ୍କା ଲୁଟ୍‌ ଅଭିଯୋଗ

କାମାକ୍ଷାନଗର: ଦୁର୍ବୃତ୍ତମାନେ ଗୁରୁବାର ବନ୍ଧୁକ ଦେଖାଇ ୨ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଲୁଟ୍‌ କରିଥିବା ଅଭିଯୋଗ ହୋଇଛି। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ବାଲିଗୋରଡ ଛକ ନିକଟରେ ଆଜି ମଧ୍ୟାହ୍ଣରେ ଆରୋହନ ଫାଇନାନ୍‌ସ କଂପାନିର ୨ ଜଣ କର୍ମଚାରୀ ବାଇକରେ ଯମୁନାକୋଟରୁ ଟଙ୍କା ସଂଗ୍ରହ କରି ଫେରୁଥିଲେ। ଏହି ସମୟରେ ହଠାତ ଗୋଟିଏ ୟାମାହା ଏଫେ୍‌ଜଡ୍‌ ବାଇକରେ ଦୁଇ ଦୁର୍ବୃତ୍ତ ଆସି ୨ ଲକ୍ଷ ୯ ହଜାର ଲୁଟିନେଇ ପଳାଇ ଯାଇଥିଲେ।

ପ୍ରକାଶ ଯେ ଫାଇନାନ୍‌ସ କମ୍ପାନିର କର୍ମଚାରୀ ରାଜେନ୍ଦ୍ର ପାଣିଗ୍ରାହୀ ଓ ଚନ୍ଦ୍ରକାନ୍ତ ପଣ୍ଡା ଏକ ଆକ୍ଟିଭା ସ୍କୁଟର(ଓଡି ୦୬ଏଚ ୨୮୧୨)ରେ ଭୁବନ ଥାନା ଯମୁନାକୋଟ ଗାଁରୁ ଟଙ୍କା ଆଦାୟ କରି ଜିରିଡାମାଳି ଠାରେ ଥିବା କାର୍ଯ୍ୟାଳୟକୁ ଫେରୁଥିବା ସମୟରେ ଦୁର୍ବୃତ୍ତମାନେ ତାଙ୍କୁ ପଛରୁ ଗୋଡ଼ାଇ ବାଲିଗୋଡ଼ର ଠାରେ ଅଟକାଇ ପିସ୍ତଲ ଦେଖାଇ ଟଙ୍କା ଲୁଟି ନେଇଥିଲେ। ସେମାନେ ପୁଣି ଭୁବନ ରାସ୍ତାରେ ଫେରି ଯାଇଥିଲେ। ଦୁଇ ଦୁବୃର୍ତ୍ତ ହେଲମେଟ ଓ ମୁଖା ପିନ୍ଧିଥିଲେ।

ଅଭିଯୋଗ ପରେ ଘଟଣାସ୍ଥଳରେ କାମାକ୍ଷାନଗର ପୁଲିସର ଛାନଭିନ୍‌ ଆରମ୍ଭ ହୋଇଛି। ସେହିପରି ବାଲିଗୋଡ଼ର ଗ୍ରାମର ଶିଖା ରାଣୀ ସ୍ୱାଇଁ ନାମକ ଜଣେ ଯୁବତୀଙ୍କ ସ୍କୁଟି ଡିକି ଭାଙ୍ଗି ୪୦ ହଜାର ଟଙ୍କା ଦୁର୍ବୃତ୍ତମାନେ ଲୁଟି ନେଇଛନ୍ତି। ସେ ଭାରତୀୟ ଷ୍ଟେଟ ବ୍ୟାଙ୍କରୁ ଟଙ୍କା ଉଠାଇ ନିଜ ଡିକିରେ ରଖି ଅନ୍ୟ ଏକ ପାସ ବୁକ ଅପଡେଟ କରିବାକୁ ଏଡିବି ଷ୍ଟେଟବ୍ୟାଙ୍କର ଶାଖାକୁ ଯାଇଥିଲେ।

ସମ୍ବନ୍ଧିତ ଖବର