କଳାହାଣ୍ଡି ଜିଲ୍ଲାରେ ପୁଣି ପଲସର ଆତଙ୍କ: ବାଇକରେ ଆସି ୨ ଲକ୍ଷ ଟଙ୍କା ଝାମ୍ପି ନେଲେ!

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ପୁଣିଥରେ ପଲସର ବାଇକ ଲୁଟେରାଙ୍କ ଆତଙ୍କ ଆରମ୍ଭ ହୋଇଛି । ଭବାନୀପାଟଣା ସହରର ଷ୍ଟ୍ୟାଚୁ ଛକ ନିକଟରେ ବ୍ୟାଙ୍କରୁ ୨ ଲକ୍ଷ ଟଙ୍କା ଉଠାଣ କରି ଆସୁଥିବା ବେଳେ ପଲସରରେ ଆସି ଲୁଟେରା ମାନେ ଟଙ୍କା ବ୍ୟାଗ ଝାମ୍ପି ନେବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି ।
ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଭବାନୀପାଟଣା ସହରସ୍ଥିତ ବଜାର ପଡାର ପଙ୍କଜ ସାହୁ(୬୦) ଷ୍ଟ୍ୟାଚୁ ଛକ ନିକଟରେ ଥିବା ଷ୍ଟେଟବ୍ୟାଙ୍କର ବଜାର ଶାଖାକୁ ଟଙ୍କା ଉଠାଣ ପାଇଁ ଯାଇଥିଲେ । ବ୍ୟାଗ ରେ ୨ ଲକ୍ଷ ଟଙ୍କା ଧରି ଚାଲି ଚାଲି ଫେରିଥିଲେ । ଏହି ସମୟରେ ଏକ ପଲସରରେ ଦୁଇ ଜଣ ଯୁବକ ଆସି ୨ ଲକ୍ଷ ଟଙ୍କା ଥିବା ବ୍ୟାଗକୁ ଝାମ୍ପି ନେଇ ଯାଇଥିଲେ । କ୍ଷିପ୍ରଗତିରେ ସେମାନେ ଘଟଣା ସ୍ଥଳରୁ ଉଭାନ ହୋଇଯାଇଥିଲେ ।
ଏନେଇ ପଙ୍କଜ ସାହୁ ଭବାନୀପାଟଣା ଟାଉନ ଥାନାକୁ ଯାଇ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ ପକ୍ଷରୁ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି । ପୁଲିସ ପକ୍ଷରୁ ସିସିଟିଭି ଫୁଟେଜ କୁ ଆଧାର କରି ଛାନଭିନ୍ ଆରମ୍ଭ ହୋଇଛି । ବହୁ ଦିନ ପରେ ପୁଣି ପଲସର ବାଇକ ଲୁଟେରାଙ୍କ ଲୁଟ ଆରମ୍ଭ ହେବା  ଘଟଣା ପୁଲିସ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ପୁଲିସ ଲୁଟେରା ମାନଙ୍କ ଠାଵ ହୋଇନଥିଲା ।
ସମ୍ବନ୍ଧିତ ଖବର

Comments are closed.