ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରପୁରରେ ଆଜି ଦୁର୍ବୃତ୍ତମାନେ ବାଇକ ଡିକି ଭାଙ୍ଗି ଦୁଇ ଲକ୍ଷ ଟଙ୍କା ଲୁଟ କରି ଫେରାର ହୋଇଯାଇଛନ୍ତି। ଲୁଟର ଶିକାର ହୋଇଛନ୍ତି ରାଧେ ପ୍ରଧାନ (୨୮)।
ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ ଜିଲ୍ଲାର ଉଲୁଣ୍ଡା ବ୍ଲକ କଳାପଥର ଛକଠାରେ ଗ୍ରାହକ ସେବାକେନ୍ଦ୍ର କରିଥିବା ରାଧେ ପ୍ରଧାନ ବୀରମହାରାଜପୁର ଭାରତୀୟ ଷ୍ଟେଟ ବ୍ୟାଙ୍କରୁ ଚେକ୍ ମାଧ୍ୟମରେ ଏକ ଲକ୍ଷ ୯୨ ହଜାର ଟଙ୍କା ଉଠାଇ ଡିକିରେ ରଖିଥିଲେ। ଏହା ପରେ ସେ ବୀରମହାରାଜପୁର ମୁଖ୍ୟ ଛକଠାରେ ଥିବା ପ୍ରତିଭା ବହି ଦୋକାନରୁ କିଛି ଜିନିଷ କିଣୁଥିଲେ। ଆଖି ପିଛୁଳାକେ ରାଧେକୁ ପିଛା କରୁଥିବା ଦୁଇ ବାଇକ୍ ଆରୋହୀ ତାଙ୍କ ବାଇକ୍ ପାଖକୁ ଯାଇଥିଲେ। ସେଥିମଧ୍ୟରୁ ଜଣେ ଯୁବକ ଡିକି ଭାଙ୍ଗି ଟଙ୍କା ବେକ୍ ଧରି ଫେରାର ହୋଇ ଯାଇଥିଲା।
ଲୋକେ ପାଟି କରିବାରୁ ରାଧେ ପ୍ରଧାନ ଓ ତାଙ୍କ ସଙ୍ଗେ ଆସିଥିବା ସୁଜିତ୍ ସାହୁ ବାଇକ୍ରେ ପିଛା କରିଥିଲେ ମଧ୍ୟ ସେମାନଙ୍କୁ ଧରିବାରେ ସକ୍ଷମ ହୋଇନଥିଲେ । ବୀରମହାରାଜପୁର ଥାନା କେସ ନମ୍ବର ୧୨୦ରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି ପୁଲିସ। ପାଖ ଦୋକାନ ମାନଙ୍କରେ ଲାଗିଥିବା ସିସିଟିଭି ଫୁଟେଜ ଦେଖି ତଦନ୍ତ ଚଳାଇଛନ୍ତି ସବ୍ ଇନ୍ସପେକ୍ଟରଙ୍କ ବିଜୟ କୁମାର ବାରିକ।