ମଦ ପିଇ ବାଇକ ଚଳାଇବା ମହଙ୍ଗା ପଡିଲା: ୨୨ ହଜାର ୫୦୦ ଟଙ୍କା ଗଣିଲେ ଚାଳକ

କଣ୍ଟାବାଞ୍ଜି: ମଦ ପିଇ ବାଇକ ଚଳାଇବା ପାଇଁ ରବିବାର ଜଣେ ବାଇକ ଚାଳକଙ୍କୁ ଫଳ ଭୋଗିବାକୁ ପଡ଼ିଛି। କଣ୍ଟାବାଞ୍ଜି ନିକଟସ୍ଥ କୁରଲୀ ଗାଁରେ ଗାଡି ମୋଟର ଯାଞ୍ଚ ସମୟରେ ବଲାଙ୍ଗୀର ପରିବହନ କାର୍ଯ୍ୟାଳୟ ପକ୍ଷରୁ ସ୍ଥାନୀୟ ପୁଲିସର ସହାୟତାରେ ଜଣେ ବାଇକ ଚାଳକଙ୍କୁ ୨୨ ହଜାର ୫୦୦ ଟଙ୍କା ଗଣିବାକୁ ପଡ଼ିଛି।

ଯାଞ୍ଚ ସମୟରେ ଦୁଇ ଚକିଆ ଗାଡି ଚଳାଉଥିବା ଲୋକ ହେଲମେଟ ପିନ୍ଧିଛନ୍ତି ନା ନାହିଁ ଦେଖୁଥିବା ବେଳେ ଚାରି ଚକିଆ ଗାଡିର ସିଲ ବେଲ୍‌ଟ ଯାଞ୍ଚ କରୁଥିଲେ। ଏହି ସମୟରେ ବେଳପଡା ଅଞ୍ଚଳର ସୁଶାନ୍ତ କୁମାର ମେହେର ତାଙ୍କ ବାଇକ୍‌ରେ ଯାଉଥିବା ସମୟରେ ଯାଞ୍ଚ ହୋଇଥିଲା।

ଯାଞ୍ଚ ସମୟରେ ସେ ଯାଞ୍ଚ ଅଧିକାରୀଙ୍କୁ ସହଯୋଗ କରୁନଥିବା ଅଭିଯୋଗରେ ୨ ହଜାର ଟଙ୍କା, ମଦ ପିଇ ଗାଡି ଚଳାଉଥିବା ଅଭିଯୋଗରେ ୧୦ ହଜାର ଟଙ୍କା, ଜେନେରାଲ ଅଫେନ୍‌ସ ପାଇଁ ୫୦୦ ଟଙ୍କା, ବୈଧ ନଥିବା ଡ୍ରାଭିଂଗ ଲାଇସେନ୍‌ସ ନଥବାରୁ ୫ ହଜାର ଟଙ୍କା ଏମିତି ୨୨ ହଜାର ୫୦୦ ଟଙ୍କା ଫାଇନ କରିଛନ୍ତି। ତେବେ ଗାଡି ଚାଳକ ମଦ ପିଇନଥିବା କହିଛନ୍ତି।

ସମ୍ବନ୍ଧିତ ଖବର