ଝାରସୁଗୁଡା: ମାତ୍ର ଏକ ସପ୍ତାହ ପରେ ଝାରସୁଗୁଡା ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ। ଏବେ ଝାରସୁଗୁଡ଼ାରେ ନିର୍ବାଚନ ପ୍ରଚାର ଜୋରଦାର ଚାଲିଛି। ମତଦାତାଙ୍କୁ ଆକର୍ଷିତ କରିବା ପାଇଁ ରାଜନୈତିକ ଦଳଗୁଡ଼ିକ ବିଭିନ୍ନ ଚିନ୍ତା କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଫ୍ଲାଇଙ୍ଗ ସ୍କ୍ବାର୍ଡ ଓ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାଞ୍ଚ ଚାଲିଛି। ଆଜି ସନ୍ଧ୍ୟାରେ ସମ୍ବଲପୁର-ଝାରସୁଗୁଡା ବିଜୁ ଏକ୍ସପ୍ରେସ ୱେର ଖେରୁଆଲ ନିକଟରେ ଯାଞ୍ଚ ବେଳେ ଏକ କାରରୁ ୩ ଲକ୍ଷ ୪୮ ହଜାର ଜବତ କରାଯାଇଛି। ଏହି ଜବତ ସମୟର ଭିଡିଓଗ୍ରାଫି ହୋଇଥିବା ବେଳେ ଟଙ୍କାକୁ ଟ୍ରେଜେରିରେ ଜମା କରାଯାଇଛି। ଏହି ଘଟଣାରେ ପୁଲିସ ଟଙ୍କା ମିଳିଥିବା କାର (ଓଡି ୧୫ଭି ୨୫୫୪)କୁ ଜବତ କରିଥିବା ବେଳେ ସମ୍ବଲପୁର ଜିଲ୍ଲା ମହୁଲପାଲି ଥାନା ଉଲୁଣ୍ଡା ଗ୍ରାମର ଅଖିଳ ପଟେଲକୁ ଅଟକ ରଖିଛି। ଉଲ୍ଲେଖଯୋଗ୍ୟ, ୩ଦିନ ତଳେ ଏୟାରପୋର୍ଟ ଥାନା ତଳପଟିଆ ଅଞ୍ଚଳରୁ କାର ସହ ନଗଦ ୨ ଲକ୍ଷ ଟଙ୍କା ଜବତ ହୋଇଥିଲା।
ଝାରସୁଗୁଡା ଉପନିର୍ବାଚନ: ଫ୍ଲାଇଙ୍ଗ ସ୍କ୍ବାର୍ଡ ଓ ପୁଲିସର ଯାଞ୍ଚ ବେଳେ କାରରୁ ମିଳିଲା ୩.୪୮ ଲକ୍ଷ ଟଙ୍କା
/sambad/media/post_attachments/wp-content/uploads/2023/05/6e323a61-7496-4440-bbfe-aa95aeedd2bf.jpg)